ଭୁବନେଶ୍ୱର: ଏଣିକି ଟ୍ୱିନ୍ସିଟିରେ କଡାକଡି ହେବ କୋଭିଡ ଯାଂଚ । କଟକ-ଭୁବନେଶ୍ୱର କରୋନା କଟକଣାକୁ ଜୋରଦାର କରାଯିବ । ବଜାର ଅଂଚଳ ଓ ହଟ୍ସ୍ପରେ କୋଭିଡ ଚେକିଂ ଜୋରଦାର ହେବ । ଏଥିପାଇଁ ଭୁବନେଶ୍ୱରୁ ୩ଟି ଜୋନ୍ରେ ବିଭକ୍ତ କରାଯାଇଛି । ପ୍ରତି ଜୋନ୍ ଦାୟିତ୍ୱରେ ରହିବେ ଜଣେ ଲେଖାଏଁ ଡିସିପି, ଅଧିକ ୫୦ ଜଣ ଅଫିସର, ୫ପ୍ଲାଟୁନ ପୋଲିସ ନିୟୋଜିତ ରହିବେ ।
ସେହିପରି ଟ୍ୱିନ୍ସିଟି ପୋଲିସକୁ ଅଧିକ ପିପିଇ-କିଟ୍ ଯୋଗାଇ ଦିଆଯିବ । କୋଭିଡ ଆକ୍ରାନ୍ତ ପୋଲିସକୁ ଉନ୍ନତ ଚିକିତ୍ସା ମିଳିବ । ଲୋକଙ୍କ ସହଯୋଗରେ ହେବ ସଚେତନା କାର୍ଯ୍ୟକ୍ରମ । ପୋଲିସ ଡିଜି ଅଭୟ ଏନେଇ ଆଜି ଏକ ବୈଠକରେ କୋଭିଡ ସ୍ଥିତି ସମୀକ୍ଷା କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଏହି ବୈଠକରେ ପୋଲିସ କମିଶନ, ଆଇଜି, ଆଇନ୍ଶୃଙ୍ଖଳା ଏବଂ କଟକ ଓ ଭୁବନେଶ୍ୱରର ଡିସିପି ସାମିଲ ହୋଇଥିଲେ । ରାଜ୍ୟର ଅନ୍ୟ ଅଂଚରେ କୋଭିଡ ନିୟମ ପାଳନ ସନ୍ତୋଷଜନକ ଥିବାବେଳେ ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ ଅଂଚଳରେ ସେତେଟା ଉତ୍ସାହଜନକ ନାହିଁ । ତେଣୁ ଟ୍ୱିନସିଟିରେ କୋଭିଡ ନିୟମ କାର୍ଯ୍ୟକାରିତାରେ ପୋଲିସ ଡିଜି ପ୍ରତ୍ୟକ୍ଷ ଦୃଷ୍ଟି ଦେବାକୁ ଗତକାଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
Comments are closed.