ଭୁବନେଶ୍ୱର :ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ପୁଣି ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କମ ରହିଛି । ଜେନେରାଲ ବେଡ ୯ ପ୍ରତିଶତ, ଆଇସିୟୁ ବେଡ ୧୫ ପ୍ରତିଶତ , ଭେଣ୍ଟିଲେଟର ୫ ରୁ ୬ ପ୍ରତିଶତ ଥିବା ବେଳେ ପେଡିଆଟିକ ଆଡମିସନ ବହୁତ କମ ମଧ୍ୟ ରହିଛି ।
ହସ୍ପିଟାଇଲେଜେସନ କମ ଦରକାର ପଡୁଛି ।ଅକ୍ସିଜେନର ଆବଶ୍ୟକତା ମଧ୍ୟ କମ ରହିଛି । ଏହି ଦୁଇ ତିନି ଦିନ ହେଲା ୧୦ରୁ ୧୧ ହଜାର ଭିତରେ ସଂକ୍ରମଣ ରହୁଛି ।ହେଲେ୧୦ରୁ ୧୫ ଦିନ ଭିତରେ ଟ୍ରେଣ୍ଡକୁ ଦେଖିଲେ ଜଣାପଡିବ ସଂକ୍ରମଣ ହାର କିପରି ରହୁଛି ।
ଟ୍ରେଣ୍ଡ ନ ଜାଣିବା ପର୍ଯ୍ୟନ୍ତ ସଂକ୍ରମଣ ଆଗକୁ ଆହୁରୀ ବଢିବ କି ନାହିଁ ସେ ବିଷୟରେ କହିହେବ ନାହିଁ । ସିଡିସି ୧୫ ଦିନ ଆଗରୁ କହିସାରିଛନ୍ତି ହୋମ ଆଇସୋଲେସନକୁ ୫ ଦିନ କଲେ । ହେଲେ ସବୁ କଣ୍ଟ୍ରି ଏହାକୁ ଆଡପ୍ଟ କରିନାହାନ୍ତି । ହେଲେ ବର୍ତ୍ତମାନ ହୋମ ଆଇସୋଲେସନ ୭ ଦିନ କରିଛନ୍ତି ଆମେ ତାହାକୁ ମାନିବା ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।
Comments are closed.