Latest Odisha News

BREAKING NEWS

ଆଇପିଏଲ ୨୦୨୨: ଅହମ୍ମଦାବାଦ ଟିମ ସହିତ ଜଡିତ ହେଲେ ହାର୍ଦ୍ଦିକ, ରଶିଦ,ଶୁଭମନ

ଅହମ୍ମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗରେ ୨୦୨୨ ସଂସ୍କରଣରୁ ୨ଟି ନୂତନ ଟିମ ଜଡିତ ହେବେ । ମଙ୍ଗଳବାର ଅହମ୍ମଦାବାଦ ଟିମ ହାର୍ଦ୍ଦିକ ପାଣ୍ଡ୍ୟା, ରଶିଦ ଖାଁ ଓ ଶୁଭମନ ଗିଲଙ୍କୁ ଦଳରେ ସାମିଲ କରିଛି । ପୂର୍ବରୁ ଆଶୀଷ ନେହେରାଙ୍କୁ ମୁଖ୍ୟ କୋଚ, ବିକ୍ରମ ସୋଲାଙ୍କିଙ୍କୁ ଟିମ ଡାଇରେକ୍ଟର ଓ ଗ୍ୟାରୀ କର୍ଷ୍ଟେନଙ୍କୁ ଟିମ ମେଂଟର ଭାବେ ନିଯୁକ୍ତ କରାଯାଇଥିଲା । ଇଏସପିଏନ କ୍ରିକଇନଫୋ ରିପୋର୍ଟ ଅନୁସାରେ ହାର୍ଦ୍ଦିକ ଓ ରଶିଦଙ୍କୁ ୧୫ କୋଟି ଏବଂ ଶୁଭମନଙ୍କୁ ୭ କୋଟିରେ ଦଳ କ୍ରୟ କରିଛି ।

ଶୁଭମନ ଏହା ପୂର୍ବରୁ କୋଲକତା ନାଇଟ ରାଇଡର୍ସ ଏବଂ ରଶିଦ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳୁଥିଲେ । ଆଇପିଏଲରେ ଏଥର ମେଗା ଅକ୍ସନ ହେବ । ଯେତେଦୂର ସମ୍ଭବ ଚେନ୍ନାଇରେ ୭ କିମ୍ବା ୮ ଫେବୃୟାରୀରେ ଏହି ନିଲାମ ହୋଇପାରେ ।

Comments are closed, but trackbacks and pingbacks are open.