Latest Odisha News

BREAKING NEWS

କରୋନା: ନିଜାମୁଦ୍ଦିନ ଧାର୍ମିକ ସଭାରେ ସାମିଲ ଆଉ ଜଣେ ଓଡିଆ କେନ୍ଦ୍ରାପଡାରୁ ଚିହ୍ନଟ

କେନ୍ଦ୍ରାପଡା: ଦିଲ୍ଲୀର ନିଜାମୁଦ୍ଦିନ ମର୍କଜରେ ସାମିଲ ହୋଇଥିବା ଜଣେ ଓଡିଆଙ୍କୁ କେନ୍ଦ୍ରାପଡା ଜିଲ୍ଲା ଅଧିକାରୀ ଚିହ୍ନଟ କରିଛନ୍ତି । କେନ୍ଦ୍ରାପଡାର ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି କି, ଉକ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଆଇସୋଲେସନରେ ରଖାଯାଇଛି ଏବଂ ତାଙ୍କ ପରିବାରକୁ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି ।

ମଙ୍ଗଳବାର ଦିନ ସାମ୍ବାଦିକ ସମ୍ମିଳନୀରେ ସୁବ୍ରୋତୋ ବାଗଚୀ କହିଥିଲେ, ନିଜାମୁଦ୍ଦିନ ମର୍କଜରେ ସାମିଲ ହୋଇଥିବା ୩ଜଣଙ୍କୁ ରାଜ୍ୟ ସରକାର ଚିହ୍ନଟ କରିଛନ୍ତି ଏବଂ ସେମାନେ କ୍ୱାରେଣ୍ଟାଇନରେ ଅଛନ୍ତି ।

ନିଜାମୁଦ୍ଦିନକୁ କୋଭିଡ-୧୯ର ହଟସ୍ପଟ କୁହାଯାଉଥିବା ବେଳେ ସେଥିରେ ସାମିଲ ହୋଇଥିବା ୭ଜଣଙ୍କ ମୃତ୍ୟୁ ହୋଇସାରିଛି । ଦେଶର ବିଭିନ୍ନ ସ୍ଥାନରେ ପାଖାପାଖି ୧୦୦ ମାମଲା ସାମନାକୁ ଆସିଛି ଏବଂ ଦେଶବ୍ୟାପୀ ସନ୍ଦେହରେ ଥିବା ମାମଲାର ଖୋଜା ଚାଲିଛି ।

ଏନଡିଟିଭିର ସୂଚନା ଅନୁଯାୟୀ, ନିଜାମୁଦ୍ଦିନ ମର୍କଜରୁ ଫେରିଥିବା ତାମିଲନାଡୁର ୫୦, ଦିଲ୍ଲୀର ୨୪, ତେଲେଙ୍ଗାନାର ୨୪, ଆନ୍ଧ୍ର ପ୍ରଦେଶର ୧୮, ଆଣ୍ଡାମାନର ୧୦ ଏବଂ ଆସାମ ଓ କାଶ୍ମୀରରେ ୧ ଜଣଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି ।

Leave A Reply

Your email address will not be published.