Latest Odisha News

BREAKING NEWS

୫୧ ଶକ୍ତିପୀଠର ପ୍ରତିକୃତିକୁ ନେଇ ତ୍ରିପୁରାରେ ତିଆରି ହେବ ଭବ୍ୟ ମନ୍ଦିର

ଅଗରତାଲା: ଚୈତ୍ର ନବରାତ୍ରିର ମହାଷ୍ଟମୀ ତିଥିରେ ତ୍ରିପୁରା ସରକାର ଦେବୀଭକ୍ତଙ୍କ ପାଇଁ ଏକ ମନଲୋଭା ଘୋଷଣା କରିଛନ୍ତି । ତ୍ରିପୁରାର ପ୍ରସିଦ୍ଧ ଶକ୍ତିପୀଠ ତ୍ରିପୁରାସୁନ୍ଦରୀଠାରୁ ୩ କିଲୋମିଟର ଦୂରରେ ଏକ ଭବ୍ୟ ଶକ୍ତିପୀଠ ତିଆରି କରାଯିବ । ୧୪ ଏକରରେ ୪୪ କୋଟି ବଜେଟରେ ଏହା ନିର୍ମିତ ହେବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ୫୧ ଶକ୍ତିପୀଠର ପ୍ରତିକୃତିଙ୍କୁ ଏଠାରେ ସ୍ଥାପିତ କରାଯିବ ।

ଦେବପୁରାଣ ମୁତାବକ ବିଶ୍ୱରେ ୧୦୮ ଶକ୍ତିପୀଠ ରହିଛି । ଏଥିରୁ ୫୧ଙ୍କୁ ଗ୍ରନ୍ଥରେ ମାନ୍ୟତା ଦିଆଯାଇଛି । ଭାରତରେ ୩୮ ଶକ୍ତିପୀଠ ରହିଛି । ଏହା ବ୍ୟତୀତ ନେପାଳରେ ୩, ବାଂଲାଦେଶରେ ୫, ପାକିସ୍ତାନରେ ୨ ଏବଂ ଶ୍ରୀଲଙ୍କା ଓ ତିବ୍ଦତରେ ଗୋଟିଏ ଲେଖାଏଁ ଶକ୍ତିପୀଠ ରହିଛି । ୮ ମାସ ମଧ୍ୟରେ ଏହି ମନ୍ଦିର ନିର୍ମାଣ କରାଯିବା ଯୋଜନା ରହିଛି ।

Leave A Reply

Your email address will not be published.