ବାରିପଦା: ପ୍ରବାସୀ ଶ୍ରମିକଙ୍କୁ ଅଟକ ରଖିଲା ମୟୁରଭଂଜ ପୋଲିସ । ପଚରାଉଚରା କରିବା ପରେ ସେମାନଙ୍କୁ ଅସ୍ଥାୟୀ ଶିବିରରେ ଥଇଥାନ କରାଯାଇଛି ।
ସାରା ଦେଶରେ ଲକ୍-ଡାଉନ୍ ଘୋଷଣା । ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ପ୍ରବାସୀ ଶ୍ରମିକ । ଘରକୁ ଯିବା ଲାଗି ଶହଶହ କିମି ଚାଲିବାକୁ ବି ପଛାଉନାହାନ୍ତି । କିଛି ଘରେ ପହଂଚିଥିବାବେଳେ ଆଉ କିଛି ଅଧା ରାସ୍ତାରେ ପ୍ରାଣ ହରେଇଛନ୍ତ ।
ଆଜି ସକାଳେ ମୟୁରଭଂଜ ଜିଲ୍ଲାର ବାରିପଦା ଓ ବେତନଟୀ ଅଂଚଳ ଦେଇ ଶତାଧିକ ପ୍ରବାସୀ ଶ୍ରମିକ ଚାଲିଚାଲି ଯାଉଥିବାବେଳେ ୧୮ନମ୍ବର ଜାତୀୟ ରାଜପଥ ନିକଟରେ ପୋଲିସ୍ ସେମାନଙ୍କୁ ଅଟକାଇଥିଲା ।
ସ୍ଥାନୀୟ ପ୍ରଶାସନ ସମସ୍ତ ଶ୍ରମିକଙ୍କ କାଉନସେଲିଂ କରିବା ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଲକ୍-ଡାଉନ୍ ଅବଧି ଶେଷ ହେବା ପର୍ଯ୍ୟନ୍ତ ସେମାନଙ୍କ ପାଇଁ ମଂଚବନ୍ଧା ଅଂଚଳରେ ଏକ ସ୍କୁଲରେ ରହିବା ଓ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି ।
ପଚରାଉଚରାରୁ ଜଣାପଡିଛି ସମସ୍ତ ଶ୍ରମିକ ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ କର୍ଣ୍ଣ।ଟକରୁ ବାହାରି ଏକ ପୋଷ୍ଟାଲ କଣ୍ଟେନରରେ ନିଜ ରାଜ୍ୟ ଝାରଖଣ୍ଡ ଓ ବିହାରକୁ ଯାଉଥିଲେ । ସେହି ପୋଷ୍ଟାଲ କଣ୍ଟେନରକୁ ପିଛା କରି ତାକୁ ଜବତ କରିବା ସହ ସଂପୃକ୍ତ ଡ୍ରାଇଭରକୁ ପୋଲିସ ଗିରଫ କରିଛି ।
Comments are closed.