Latest Odisha News

BREAKING NEWS

ଏସବୁ ଜିଲ୍ଲାରୁ ରାଉରକେଲା ଆସିଲେ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବେ

ଭୁବନେଶ୍ୱର: ଓଡିଶାରେ କରୋନାଭାଇରସ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ବାହାରୁ ଆସୁଥିବା ବ୍ୟକ୍ତିମାନଙ୍କ ପାଇଁ ରାଉରକେଲା ମହାନଗର ନିଗମ(ଆରଏମସି) କଡା ଆଭିମୁଖ୍ୟ ଗ୍ରହଣ କରିଛି।

ଆରଏମସିର ସୂଚନା ଅନୁଯାୟୀ ପ୍ରାୟ ୧୩ଟି ଜିଲ୍ଲାରୁ ରାଉରକେଲାକୁ ଆସୁଥିବା ବ୍ୟକ୍ତିବିଶେଷଙ୍କୁ ଅତି କମରେ ୧୪ ଦିନ ଲାଗି କ୍ୱାରେଣ୍ଟାଇନରେ ରହିବାକୁ ପଡିବ ।

ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ରହିଛି- ଖୋର୍ଦ୍ଧା, ଗଞ୍ଜାମ, ଭଦ୍ରକ, ବାଲେଶ୍ୱର, ନୟାଗଡ, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ମୟୂରଭଞ୍ଜ, ଝାରସୁଗୁଡା ଓ ବଲାଙ୍ଗିର।

ଅଧିକ ପଢନ୍ତୁ- ଓଡିଶାର ୨୪ ଜିଲ୍ଲାରୁ ନୂଆ ୪୯୫ କରୋନା ଆକ୍ରାନ୍ତ ଚିହ୍ନଟ

ବିଶେଷ କରି ଏହି ନିୟମ ରାଉରକେଲା ମହାନଗର ନିଗମ (ଆରଏମସି) ଅଞ୍ଚଳରେ କଡାକଡି ଭାବେ ପାଳନ କରାଯିବ ବୋଲି ଆଧିକାରିକ ସୁତ୍ରରୁ ପ୍ରକାଶ।

 

Leave A Reply

Your email address will not be published.