Latest Odisha News

BREAKING NEWS

ଓଡିଶାର ୨୪ ଜିଲ୍ଲାରୁ ନୂଆ ୪୯୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୪୯୫ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୬୦୧ରେ ପହଞ୍ଚିଛି।

ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ।

 

ମିଳିଥିବା ସୂଚନାନୁଯାୟୀ ସମସ୍ତ ପଜିଟିଭଙ୍କ ମଧ୍ୟରୁ ୩୫୫ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ଏବଂ ୧୪୦ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡିଛି। ଏଥିମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୧୬ଟି ପିଜିଟିଭ ମାମଲା ଚିହ୍ନଟ କରାଯାଇଛି।

ଏହାଛଡା ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ୨୪ ଜିଲ୍ଲାରୁ ଏହି ୪୯୫ ଜଣ ନୂଆ ଆକ୍ରାନ୍ତ ବାହାରିଛନ୍ତି। ଏହାବ୍ୟତିତ ପାଖାପାଖି ୨୦୩ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ୨୮୫୩ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ୍ ୫୭୦୫ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏହାଛଡା ୨୯ ଜଣଙ୍କର ମୃତ୍ୟୁ ଘଟିଛି।

Leave A Reply

Your email address will not be published.