Latest Odisha News

BREAKING NEWS

ପଶ୍ଚିମବଙ୍ଗରେ ପ୍ରଥମ କରୋନା ମୃତ୍ୟୁ

କୋଲକାତା: ସାରା ବିଶ୍ୱରେ କରୋନାଭାଇରସର ଭୟାବହ ରୂପ ଦେଖିବାକୁ ମିଳୁଛି । ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି । କରୋନା ଜନିତ ଜଣେ ୫୭ ବର୍ଷୀୟ ବୃଦ୍ଧା ପଶ୍ଚିମବଙ୍ଗର କୋଲକାତା ହସ୍ପିଟାଲରେ ଜୀବନ ହାରିଛନ୍ତି । ଏହା ହେଉଛି ପଶ୍ଚିମବଙ୍ଗର ପ୍ରଥମ କରୋନା ଜନିତ ମୃତ୍ୟୁ ।

ମୃତକ ଜଣକ ହେଉଛନ୍ତି ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଡୁମଡୁମ ଅଞ୍ଚଳର ନିବାସୀ । ସେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ପ୍ରାଣତ୍ୟାଗ କରିଛନ୍ତି । ପିଟିଆଇ ସମାଚାର ଏଜେନ୍ସି ମୁତାବକ, ସେ ଫେବୃଆରୀ ୧୬ରୁ ଭେଣ୍ଟିଲେଟରରେ ଥିଲେ । ତାଙ୍କର କୌଣସି ବିଦେଶ ଯାତ୍ରା ଇତିହାସ ନାହିଁ । କିନ୍ତୁ ସେ ଫେବୃଆରୀ ମାସରେ ଛତିଶଗଡ ବିଲାସପୁର ଯାଇଥିଲେ ।

Leave A Reply

Your email address will not be published.