Latest Odisha News

BREAKING NEWS

ଚାକିରିଆଙ୍କୁ ଆଶ୍ୱସ୍ତି, କଟିବନି ଦରମା କି ବରଖାସ୍ତ ହେବେନି କର୍ମଚାରୀ

ଦିଲ୍ଲୀ: ଏଣିକି ଆଉ ଚାକିରିଆଙ୍କୁ ଚିନ୍ତା କରିବାକୁ ପଡିବ ନାହିଁ । ଲକ୍‌-ଡାଉନ୍ ହେଉ କି ଜନତା କର୍ଫ୍ୟୁ । ଜରୁରୀକାଳୀନ ସ୍ଥିତରେ ଘରେ ରହିଲେ ବି ମିଳିବ ପୂରା ଦରମା । ଏପରିକି ଚାକିରି ଯିବାର ବି ଭୟ ନାହିଁ ।

ଲକ୍‌-ଡାଉନ୍ ଓ ଜନତା କର୍ଫ୍ୟୁ ଭଳି ଶବ୍ଦ ସାଧାରଣ ଲୋକଙ୍କୁ ଦେଇଛି ନୂଆ ଅଭିଜ୍ଞତା । କରୋନା ମହାମାରୀକୁ ମୂଳପୋଛ କରିବା ପାଇଁ ସମସ୍ତଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ମିଳିଛି । ଏପରି ସ୍ଥିତିରେ ସରକାରୀ ଓ ବେସରକାରୀ ଚାକିରିଆ ନିଜ ଦରମା ଓ ଚାକିରିକୁ ନେଇ ଦ୍ୱନ୍ଦରେ ପଡିଥିଲେ ।

ନିଜ କର୍ମଚାରୀଙ୍କ ଦରମା କିମ୍ବା ତାଙ୍କୁ ବରଖାସ୍ତ ନ କରିବାକୁ ସରକାରୀ ଓ ବେସରକାରୀ ନିଯୁକ୍ତିଦାତାଙ୍କୁ ଚିଠି ଜରିଆରେ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । ଚାକିରିରୁ ବାହାର କରିବା କିମ୍ବା ଦରମା କାଟିବା ଭଳି ଘଟଣା ଲୋକଙ୍କୁ ମାନସିକ ଭାବେ ଦୁର୍ବଳ କରିଦେବ । କରୋନା ଭୁତାଣୁ ବିରୋଧୀ ଲଢେଇରେ ସମସ୍ତଙ୍କୁ ମାନସିକ ଭାବେ ସୁଦୃଢ ରହିବାକୁ ସରକାର ନିବେଦନ କରିଛନ୍ତି ।

Leave A Reply

Your email address will not be published.