Latest Odisha News

BREAKING NEWS

ଜେଇଇ ଆଡଭାନସ ଓ କ୍ଲାଟ ୨୦୨୦ରେ ସାଇ ଇଣ୍ଟର ନ୍ୟାସନାଲ ସ୍କୁଲ ଛାତ୍ରଛାତ୍ରୀଙ୍କ କୃତିତ୍ୱ

ଭୁବନେଶ୍ୱର: ଜେଇଇ ଆଡଭାନସ ଓ କ୍ଲାଟ ୨୦୨୦ ପରୀକ୍ଷାରେ ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ଛାତ୍ରଛାତ୍ରୀ ଭଲ ମାର୍କ ରଖି ସଫଳତା ହାସଲ କରିଛନ୍ତି । ଜେଇଇ ଆଡଭାନସରେ ଛାତ୍ର ଶିବାଶିଷ ରାଉତ ମୋଟ ୨୮୭ ମାର୍କ ରଖିବା ସହ ସର୍ବଭାରତୀୟ ସ୍ତରରେ ୭୩ ତମ ର‌୍ୟାଙ୍କରେ ଅଛନ୍ତି । ଏଥିରେ ସହ ରାଜ୍ୟରେ ଦ୍ୱିତୀୟ ଟପ୍ପର ହୋଇଛନ୍ତି । ସେହିପରି ଛାତ୍ର ଅନିମେଶ ସାହୁ ୨୫୧ ମାର୍କ ରଖିବା ସହ ସ୍ତରରେ ୩୦୧ ତମ ସ୍ଥାନ ଓ ରାଜ୍ୟରେ ଚତୁର୍ଥ ସ୍ଥାନରେ ରହିଛନ୍ତି । ରିତେଶ୍ୱର ରାଜଗୁରୁ ମୋଟ ୨୧୬ ନମ୍ବର ରଖି ସର୍ବଭାରତୀୟ ର‌୍ୟାଙ୍କ ୮୫୩ ଓ ରାଜ୍ୟରେ ସପ୍ତମ ସ୍ଥାନରେ ଅଛନ୍ତି ।

ସେହିପରି କମନ ଲ ଆଡଭାନ୍ସ ଟେଷ୍ଟ(କ୍ଲାଟ)୨୦୨୦ରେ ସ୍କୁଲର ଛାତ୍ର ଆଦିତ୍ୟ ଶର୍ମା ୯୫ ଦଶମିକ ୨୫ ପ୍ରତିଶତ ମାର୍କ ରଖିବା ସହ ସର୍ବଭାରତୀୟ ସ୍ତରରେ ୫୦ ତମ ର‌୍ୟାଙ୍କରେ ଥିବା ବେଳେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ରାଘବ ଶାହ ୮୪ ପ୍ରତିଶତ ମାର୍କ ରଖିବା ସହ ସର୍ବଭାରତୀୟ ସ୍ତରରେ ୪୧୮ ତମ ର‌୍ୟାଙ୍କ ରଖିବା ସହ ରାଜ୍ୟରେ ତୃତୀୟ ସ୍ଥାନ ରହିଛନ୍ତି । ମାଲ୍ଲିକା ପଟ୍ଟନାୟକ ୮୩ ପ୍ରତିଶତ ମାର୍କ ରଖିବା ସହ ସର୍ବଭାରତୀୟ ୪୯୧ ତମ ସ୍ଥାନ ଓ ରାଜ୍ୟରେ ଚତୁର୍ଥ ସ୍ଥାନରେ ରହିଛନ୍ତି ।

ଏହି ସଫଳତା ପାଇଁ ସ୍କୁଲରପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡକ୍ଟର ବିଜୟା କୁମାର ସାହୁ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏଥି ସହ ସେ କହିଛନ୍ତି ଯେ, “ଆମ ପିଲାମାନଙ୍କର ଶିକ୍ଷାରେ ଯେପରି ବାଧାପ୍ରାପ୍ତ ନ ହୁଏ ସେଥି ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି। ପିଲାମାନଙ୍କୁ ଉତ୍ସାହିତ ରଖିବା ଏବଂ ସେମାନଙ୍କୁ ବ୍ୟବସ୍ଥିତ ଭାବରେ ଅଧ୍ୟୟନ କରିବାରେ ସାହାଯ୍ୟ କରିବା ପାଇଁ ଆମର ଶିକ୍ଷକମାନେ ଦିନରାତି ନିରନ୍ତର କାର‌୍ୟ୍ୟ କରିଆସୁଛନ୍ତି । ଛାତ୍ରଛାତ୍ରୀମାନେ ଏହି ଅନିଶ୍ଚିତ ସମୟ ମଧ୍ୟ ସେମାନଙ୍କର ସ୍ୱପ୍ନକୁ ସାକାର କରିବାରେ ସକ୍ଷମ ଅଟନ୍ତି ।’’

Leave A Reply

Your email address will not be published.