Latest Odisha News

BREAKING NEWS

ଓଡିଶାରେ କରୋନାଭାଇରସ ସତର୍କତା; ଆଜିଠୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ: ରାଜ୍ୟରେ କରୋନାଭାଇରସ ଦ୍ୱାରା ସଂକ୍ରମିତ ଦୁଇଟି ମାମଲା ଦେଖାଦେଇଥିବା ବେଳେ ଆଜିଠୁ ଶ୍ରଦ୍ଧାଳୁଙ୍କ ଲାଗି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ବନ୍ଦ କରିଦିଆଯାଇଛି ।

ପ୍ରାପ୍ତ ସୂଚନାନୁଯାୟୀ କୋଭିଡ-୧୯ରୁ ଦୂରେଇ ରହିବା ତଥା ସତର୍କତା ଅବଲମ୍ବନ କରିବା ଲାଗି ସରକାରଙ୍କ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଥିବା ବେଳେ ଏବେ ଶ୍ରୀମନ୍ଦିରରେ ମଧ୍ୟ କରୋନା ଜନିତ କଟକଣା ଲାଗୁ କରାଯାଇଛି ।

ଅପରପକ୍ଷରେ ସାଧାରଣ ଦର୍ଶନ ବନ୍ଦ ଥିଲେ ମଧ୍ୟ ପୂର୍ବଭଳି ତିନି ଠାକୁରଙ୍କୁ ରୀତିନୀତି ଅନୁଯାୟୀ ସେବାୟତମାନେ ପୂଜାର୍ଚ୍ଚନା କରିବେ ।

ଆଜିଠୁ ମାର୍ଚ୍ଚ ୩୧ ଯାଏଁ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିବ । କୁହାଯାଉଛି ଯେ ପ୍ରଥମ ଥର ଲାଗି ଭକ୍ତମାନେ ଏତେଦିନ ଧରି ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ରହିବେ ।

ତେବେ ସାଧାରଣ ଦର୍ଶନ ବନ୍ଦ ନେଇ ଗତ ଗୁରୁବାର ଦିନ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.