Latest Odisha News

BREAKING NEWS

ଓଡ଼ିଶାର ଏହି ଜିଲ୍ଲାରେ ବାଲିଯାତ୍ରା ଉପରେ ଲାଗିଲା କଟକଣା

ଜଗତସିଂହପୁର: କୋଭିଡ-୧୯ ବିସ୍ତାରକୁ ରୋକିବା ପାଇଁ ଗୁରୁବାର ଦିନ ଜିଲ୍ଲା ପ୍ରଶାସନ ପାରାଦୀପ ସମେତ ବିଭିନ୍ନ ସ୍ଥାନରେ ବାଲିଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛି।

ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ବହୁ ସଂଖ୍ୟାରେ ପର୍ଯ୍ୟଟକ ବାଲିଯାତ୍ରା ପାଇଁ ଆସୁଥିବାରୁ ସଂକ୍ରମଣକୁ ଦୃଷ୍ଟିରେ ରଖି ପାରାଦୀପ, ଗୋପିଆକୁଦାର ଚେଲିଟୋଲା ବାଲିଯାତ୍ରା ଏବଂ ତିର୍ତ୍ତୋଲରେ ଏହି ଉତ୍ସବକୁ ଅନୁମତି ଦିଆଯିବ ନାହିଁ।

ଏହି ଉତ୍ସବକୁ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ପାଳନ କରିବାକୁ ଦିଆଯିବ ନାହିଁ।

ଜିଲ୍ଲାପାଳ ଆହୁରି ମଧ୍ୟ କହିଛନ୍ତି ଯେ ଯଦି କେହି ନିୟମ ଉଲ୍ଲଂଘନ କରନ୍ତି ତାହେଲେ ସେମାନଙ୍କ ବିରୋଧରେ ବିପର‌୍ୟ୍ୟୟ ପରିଚାଳନା ଆଇନ ୨୦୦୫ ଅନୁଯାୟୀ ଦଣ୍ଡବିଧାନ କରାଯିବ।

Leave A Reply

Your email address will not be published.