Latest Odisha News

BREAKING NEWS

[ଭିଡିଓ] ମୁମ୍ବାଇର କରାଚି ସୁଇଟ୍ସକୁ ଶିବସେନାର ଧମକ !

ମୁମ୍ବାଇ: ବହୁଚର୍ଚ୍ଚିତ ମିଠା ଦୋକାନ କରାଚି ସୁଇଟ୍ସକୁ ମିଳିଲା ଶିବସେନାର ଖୋଲା ଧମକ । ଶେଷରେ ଧମକକୁ ଶିବସେନା ନେତା ଆଗରେ ମୁଣ୍ଡ ନୁଆଁଇଲେ ମିଠା ଦୋକାନୀ । ଦୋକାନରେ ଲାଗିଥିବା କରାଚିର ନାମ ଫଳକକୁ ସେ ଖବର କାଗଜରେ ଘୋଡାଇଥିବା ଫଟୋଟି ମଧ୍ୟ ସାମ୍ନାକୁ ଆସିଛି । କିଛି ଏପରି ଖବରକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଛି ।

ଏହି ଭିଡିଓରେ ଶିବସେନାର ନେତା ନିତିନ ନନ୍ଦଗାଓଁକର କରାଚି ସୁଇଟ୍ସର ମାଲିକଙ୍କ ସହ କଥାବାର୍ତ୍ତା ହେବାରେ ଦେଖିବାକୁ ମିଳିଛି । ମିଳିଥିବା ରିପୋର୍ଟ ଓ ଭିଡିଓ ଅନୁଯାୟୀ କରାଚି ପାକିସ୍ତାନର ସହର ହୋଇଥିବାରୁ ତାହାକୁ ଭାରତୀୟ ଦୋକାନରେ ନାମିତ କରିବାକୁ ନେଇ ନିତିନ ନନ୍ଦଗାଓଁକର ଆପତ୍ତି ଉଠାଇଥିଲେ । ଏପରିକି ଦୋକାନରେ ଲାଗିଥିବା କରାଚିର ନାମ ଫଳକକୁ ହଟାଇବାକୁ ସେ ଖୋଲାଖୋଲି ଚେତାବନୀ ବି ଦେଇଥିଲେ ।

ଅନ୍ୟପଟେ ଦୋକାନୀ ଜଣକ ନିଜ ନାଁ ଗୁପ୍ତ ରଖି କହିଥିଲେ, “ସେ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ଚାହୁଁନାହାନ୍ତି । ଏପରିକି ସେ ନିଜ ଓକିଲ ସହ କଥାବାର୍ତ୍ତା ମଧ୍ୟ ହୋଇସାରିଛନ୍ତି । ଆଗକୁ ଯାଇ ସେ ଦୋକାନର ନାଁ ପରିବର୍ତ୍ତନ କରିବେ କି ନା, ସେ ନେଇ ଚିନ୍ତା କରିବେ “

ସମସ୍ତ ବାର୍ତ୍ତାଳାପ ପରେ ଦୋକାନରେ ଲାଗିଥିବା କରାଚି ଫଳକରେ ଖବର କାଗଜ ଘୋଡାହୋଇଥିବା ଦେଖିବାକୁ ମିଳିଛି । ଏହି ଘଟଣାକୁ ନେଇ ମୁମ୍ବାଇରେ ହଟଚମଟ ସୃଷ୍ଟି ହୋଇଥିଲାବେଳେ ଶିବସେନା ନେତା ସଂଜୟ ରାଉତଙ୍କ ମତ୍ତ କିନ୍ତୁ ଭିନ୍ନ ରହିଛି । ଏକ ଟୁଇଟ୍ ଜରିଆରେ କରାଚି ସୁଇଟ୍ସର ନାମ ଫଳକ ହଟାଇବା ଦଳର ସ୍ୱୀକୃତିପ୍ରାପ୍ତ ନିଷ୍ପତ୍ତି ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.