Latest Odisha News

ଏଣିକି ଲୋକଙ୍କ ଗତିବିଧି ଉପରେ ନଜର ରଖିବ ଡ୍ରୋନ୍‌

ନୂଆଦିଲ୍ଲୀ: ବର୍ଦ୍ଧିତ କରୋନା ସଂକ୍ରମଣ ମାମଲା ମଧ୍ୟରେ ଶ୍ରୀଲଙ୍କା ଏକ ବଡ ନିଷ୍ପତ୍ତି ନେଇଛି। ବିଚ୍ଛିନ୍ନ ଅଞ୍ଚଳ ଉପରେ ନଜର ରଖିବା ପାଇଁ ପୋଲିସ ଡ୍ରୋନ୍ ବ୍ୟବହାର କରିବାକୁ ଯାଉଛି। ରାଜଧାନୀ କଲମ୍ବୋ ସମେତ ପଶ୍ଚିମ ପ୍ରଦେଶରେ ଲକ୍‌ଡାଉନ୍‌ ଘୋଷିତ ଅଞ୍ଚଳ ଉପରେ ଡ୍ରୋନ୍ ଉଡ଼ିବ। ପୋଲିସର ମୁଖପାତ୍ର ଅଜିସ୍ ରୋହାନା କହିଛନ୍ତି ଯେ ଏହି ଅପରେସନ ପାଇଁ ବାୟୁସେନାର ସହାୟତା ଲୋଡିଛି ଏବଂ ଡ୍ରୋନ୍ ବିଚ୍ଛିନ୍ନ ଅଞ୍ଚଳରେ ଲୋକଙ୍କ ଗତିବିଧି ଉପରେ ନଜର ରଖିବ। ଶୁକ୍ରବାର ସକାଳ ସୁଦ୍ଧା ଲକଡାଉନ୍ ଅଞ୍ଚଳରେ ଥିବା ଘରୁ ବାହାରକୁ ବାହାରିଥିବା ୨୦ ଜଣ ଲୋକଙ୍କୁ ଗିରଫ କରାଯାଇଛି।

ବାୟୁସେନା ମୁଖପାତ୍ର କ୍ୟାପଟେନ ଦୁଶାନ୍ତ ଭିସେଙ୍ଗ କହିଛନ୍ତି ଯେ ଲୋକଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ତିନୋଟି ଟିମ୍ ନିୟୋଜିତ କରାଯାଇଛି ଏବଂ ପୋଲିସର ଅନୁରୋଧ କ୍ରମେ ୬ ରୁ୧୦ଟି ଡ୍ରୋନ୍ ବ୍ୟବହାର କରାଯିବ। ଡ୍ରୋନ୍ ବିଚ୍ଛିନ୍ନ ସ୍ଥାନର ମୁଖ୍ୟ କ୍ଷେତ୍ର ଏବଂ ମାର୍ଗ ଉପରେ ନଜର ରଖିବ। ଲୋକଙ୍କ ଭିଡ଼ ଜମାଉଛନ୍ତି କି ନାହିଁ ଡ୍ରୋନ୍ ସାହାଯ୍ୟରେ ଏହା ଜଣାପଡିବ।

Comments are closed.