Latest Odisha News

BREAKING NEWS

ଫାଟିଲା ମୋବାଇଲ ଫୋନ୍, ବର୍ଷକର ଶିଶୁ କନ୍ୟା ଗୁରୁତର

କୋରାପୁଟ: ମୋବାଇଲ୍ ଫାଟିବାରୁ ବର୍ଷକର ଶିଶୁ କନ୍ୟା ଗୁରୁତର ଆହତ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ତଳ ବିଲାଂସିଲ ଗାଁରେ । ଆହତ ଶିଶୁକୁ ପ୍ରଥମେ ଲକ୍ଷ୍ମୀପୁର ଡାକ୍ତରଖାନା ଓ ପରେ କୋରାପୁଟ ସ୍ଥାନାନ୍ତର କରାଯାଇଛି ।

ଆହତ ଶିଶୁ ହେଉଛି ତଳ ବିଲାଂସିଲ ଗାଁର ରୋହିତ ନାଚିକାଙ୍କ ବର୍ଷକର ଝିଅ ନାଚିକା ନାଚିକା । ବର୍ଷେ ତଳେ ଏକ ମୋବାଇଲ ୧୫୦୦ ଟଙ୍କା ଦେଇ ସେ କିଣିଥିଲେ । ମୋବାଇଲକୁ ଚାର୍ଜ କରି ଖଟରେ ଉପରେ ରଖିଥିଲେ ।

ଖଟ ଉପରେ ରୋହିତଙ୍କ ପତ୍ନୀ ଓ ଝିଅ ଶୋଇଥିବା ବେଳେ ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ମୋବାଇଲଟି ଫାଟି ଯାଇଥିଲା । ମୋବାଇଲ ଫାଟି ଝିଅର ମୁହଁ ପୋଡ଼ି ଯାଇଥିବା ସୂଚନା ମିଳିଛି । ତେବେ ମୋବାଇଲ୍ କେମିତି ଫାଟିଲା ସେନେଇ କିଛି ସ୍ପଷ୍ଟ ହୋଇନି ।

Leave A Reply

Your email address will not be published.