Latest Odisha News

BREAKING NEWS

ଦେଶରେ ଚିନ୍ତା ବଢାଇଲା କୋଭିଡ ୧୯: ପ୍ରତି ଘଣ୍ଟାରେ ୨୬ ଜଣ ସଂକ୍ରମିତ ହେଉଛନ୍ତି

ନୂଆଦିଲ୍ଲୀ: ସାରା ବିଶ୍ୱରେ ଲକ୍ଷାଧିକ ଲୋକଙ୍କୁ ଚିରନିଦ୍ରାରେ ଶୁଆଇ ଦେଇଥିବା କରୋନା ପୁଣି ଥରେ ଭାରତରେ ଚିନ୍ତା ହଜାଇ ଦେଇଛି । ଭାରତରେ ପ୍ରତି ଘଣ୍ଟାରେ ଅତି କମରେ ୨୬ରୁ ୨୭ ଜଣ ଲୋକ ସଂକ୍ରମିତ ହେଉଛନ୍ତି ।ଏହି ତଥ୍ୟ ସାମ୍ନାକୁ ଆସିବା ପରେ ପୁଣିଥରେ ଭୟର ବାତାବରଣ ଖେଳି ଯାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, କୋଭିଡ-୧୯ର ୬୪୦ ମାମଲା ସାମ୍ନାକୁ ଆସିଛି । ସାରା ଦେଶର ଏବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୨,୯୯୭ରେ ପହଞ୍ଚିଛି । ସବୁଠାରୁ ଅଧିକ ଚିନ୍ତା କରୋନାର ଏହି ନୂଆ ଭାରିଏଣ୍ଟ ଜେଏନ-୧କୁ ନେଇ । କୁହାଯାଉଛି,ଜେଏନ-୧ ଭାରିଏଣ୍ଟ କାରଣରୁ ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି । ଏହା ଓମିକ୍ରନ ସଂସ୍କରଣର ଏକ ବଂଶ ଅଟେ ।

ଏହାର ପ୍ରଥମ ନମୂନା ୨୦୨୩ ଅଗଷ୍ଟ ୨୫ ରେ ଠାବ କରାଯାଇଥିଲା । ଦିଲ୍ଲୀ ଏମ୍ସର ଡାକ୍ତର ପ୍ରଫେସର ହର୍ଷଲ ଏବଂ ସାଲବେଙ୍କ କହିବା ଅନୁଯାୟୀ, ଏହି ଜେଏନ-୧ କାରଣରୁ ସଂକ୍ରମଣ ବଢୁଥିବା ଦେଖିବାକୁ ମିଳିଛି । ସଂକ୍ରମଣର ଗମ୍ଭୀରତା ଓମିକ୍ରନ ପରି ଏବେ ଦେଖିବାକୁ ମିଳିଛି । ଏହା ବିଶେଷ କରି ଶ୍ୱାଂସନଳୀରେ ସଂକ୍ରମଣ ହୋଇଥାଏ ।

ବର୍ତ୍ତମାନ ସୁ୍ଦ୍ଧା କୌଣସି ଗମ୍ଭୀର ଲକ୍ଷଣ ସାମ୍ନାକୁ ଆସିନାହିଁ । ବର୍ତ୍ତମାନ ସୁଦ୍ଧା ୪୧ ଦେଶରେ ଏହି ସଂକ୍ରମଣ ଦେଖିବାକୁ ମିଳିଛି । ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ଡାକ୍ତର ।

Comments are closed.