Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ :ଅବତାରୀ ଶ୍ରୀଜଗନ୍ନାଥ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଅବତାରୀ ଶ୍ରୀଜଗନ୍ନାଥଙ୍କ  ପୂର୍ଣ୍ଣ ଅବତାର ଶ୍ରୀକୃଷ୍ଣଙ୍କୁ ସାକ୍ଷାତ ଶ୍ରୀଜଗନ୍ନାଥ ରୂପେ ପ୍ରତିପାଦନ କରିବାରେ ମୁଖ୍ୟ ହେଉଛନ୍ତି, ଚୈତନ୍ୟ ଓ ଗୌଡିୟ ବୈଷ୍ଣବମାନେ

ତେଣୁ ବର୍ଣ୍ଣନା ଅଛି :

“ମହାଭାବ ରସରାଜ ନିତ୍ୟ ଖେଲେ ଧୂଲେ,

ବୃନ୍ଦାବନେ ଛିଲେନ କୃଷ୍ଣ, ଆଛେ ନୀଳାଚଳେ ।”

କେବଳ ବୈଷ୍ଣବମାନେ ନୁହଁନ୍ତି ଶୂନ୍ୟବାଦୀ ଓ ନିରାକାର ତତ୍ୱବାଦୀ, ତଥା ଉତ୍କଳର ପଞ୍ଚସଖାମାନେ ଶ୍ରୀକୃଷ୍ଣଙ୍କୁ ଶ୍ରୀଜଗନ୍ନାଥ ଭାବରେ ଗ୍ରହଣ କରିନେଇଥିଲେ । କବି ବଳରାମଦାସଙ୍କ “ବେଦାନ୍ତ ସାର ଗୁପ୍ତ ଗୀତା “ବର୍ଣ୍ଣନା କରେ “ଏଣୁ ଏ ଜଗନ୍ନାଥ କୃଷ୍ଣ, ଅଭିନ୍ନ ଅଟନ୍ତି ଅର୍ଜୁନ “

* * * * * *

ଦୀପରୁ ଦୀପ ଲଗାଇଲେ,

ତେଜ ଯେସନେ ସମତୁଲେ,

କାର୍ଯ୍ୟକାରଣ ଭିନ୍ନ ନୋହି,

ଶ୍ରୀକୃଷ୍ଣ ଜଗନ୍ନାଥ ସେହି

” ଦ୍ୱାଦଶ ଯୋଜନ ଏହି ବିଷ୍ଣୁ ଦେବସ୍ଥଳୀ

ବେଳେ ବେଳେ କ୍ରୀଡା ଏଥିକରେ ବନମାଳୀ । “

ଭଗବାନ ଶ୍ରୀକୃଷ୍ଣ ଓ ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଉଭୟ ଆମର ଆରାଧ୍ୟ, ଏହି ଭବlର୍ଣ୍ଣବରୁ ପାରି ହେବା ପାଇଁ ନାମ କୀର୍ତ୍ତନ ହିଁ ଶ୍ରେଷ୍ଠ । ଆସନ୍ତୁ ଭଜିବା “ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୂରାରେ, ହେନାଥ ନାରାୟଣ ବାସୁଦେବ। “

 

ଜୟ ଶ୍ରୀକୃଷ୍ଣ, ଜୟ ଜଗନ୍ନାଥ.

Leave A Reply

Your email address will not be published.