Latest Odisha News

BREAKING NEWS

କାୟା ମେଲାଉଛି କରୋନା; ୩ ଦିନରେ ICUରେ ଭର୍ତ୍ତି ହେଲେ ୩୩୬ ରୋଗୀ

ଭୁବନେଶ୍ୱର: କ୍ରମାଗତ ଚାରି ଦିନ ହେବ ଓଡିଶାରେ ୬୦୦୦ରୁ ଅଧିକ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ସରକାରୀ ତଥା ବେସରକାରୀ କୋଭିଡ ହସ୍ପିଟାଲର ଆଇସିୟୁରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଏପ୍ରିଲ୍ ୨୦ରେ ୪୧୨ ରୋଗୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବାବେଳେ ମାତ୍ର ତିନି ଦିନ ମଧ୍ୟରେ ୩୩୬ ଜଣ ରୋଗୀ ଭର୍ତ୍ତି ହୋଇଥିଲେ। ଯାହା ପାଇଁ ଏହି ସଂଖ୍ୟା ୭୪୮କୁ ବୃଦ୍ଧି ପାଇଛି।

୭୪୮ ରୋଗୀଙ୍କ ମଧ୍ୟରେ ୬୦୮ ଜଣ ଘରୋଇ କୋଭିଡ ହସ୍ପିଟାଲରେ ଏବଂ ୧୪୦ ଜଣ ସରକାରୀ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅପରପକ୍ଷେ ୧୨୮ ଗୁରୁତର ରୋଗୀ ଭେଣ୍ଟିଲେଟର ସହାୟତାରେ ଚିକିତ୍ସିତ ହେଉଛନ୍ତି।

ସୂତ୍ରରୁ ପ୍ରକାଶ ଯେ ୧୬ ପ୍ରତିଶତ ଭେଣ୍ଟିଲେଟର ଆଇସିୟୁରେ ବ୍ୟବହୃତ ହେଉଛି।

Leave A Reply

Your email address will not be published.