Latest Odisha News

BREAKING NEWS

ସୁନ୍ଦରଗଡରେ ୧୧ଶହ ଟପିଲା କରୋନା ସଂକ୍ରମଣ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୧୧୨ରେ ପହଞ୍ଚିଛି ।

ଏହାଛଡା ପ୍ରଶାସନ ପକ୍ଷରୁ ଜୁଲାଇ ୨୭ ତାରିଖରେ ୧୧ ଜଣଙ୍କ ରିପୋର୍ଟ ରି-କନଫରେସନ୍ ପାଇଁ ପଠାଇଥିବା ବେଳେ ଆଜି ସେମାନଙ୍କର ବିଷୟରେ ସବିଶେଷ ବିରଣୀ ଦିଆଯାଇଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ ।

ପ୍ରାପ୍ତ ସୂଚନାନୁଯାୟୀ ଆଜି ଚିହ୍ନଟ ହୋଇଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ସୁନ୍ଦରଗଡର ଫୁଲଝରର ହୋଇଥିବା ବେଳେ ଅନ୍ୟ ଜଣେ ରାଉରକେଲା ସହରର । ଦୁହେଁ ଭୁବନେଶ୍ୱର ସ୍ଥିତ ଆପୋଲୋ ଓ ସମ୍ ହସ୍ପିଟାଲରେ ଚିକିତ୍ସାଧିନ ଥିବା ଜଣାପଡିଛି ।

ସେହିପରି ଜୁଲାଇ ୨୭ରେ ବାହାରିଥିବା ଆକ୍ରାନ୍ତଙ୍କ ସମ୍ପର୍କରେ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସେହି ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ ଏନଟିପିସି କର୍ମଚାରୀ ବୋଲି ଜଣାପଡିଛି ।

ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ମୋଟ୍ ୩୪୦ କରୋନା ସକ୍ରିୟ ମାମଲା ରହିଥିବା ବେଳେ ୭୬୩ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହାଛଡା ୬ଜଣ ମୃତ୍ୟୁବରଣ କରିଛନ୍ତି।

Leave A Reply

Your email address will not be published.