Latest Odisha News

ନେହେରୁ, ଗାନ୍ଧୀଙ୍କ ସମ୍ପତିର ତଦନ୍ତ କରିବ ହରିୟାଣା ସରକାର

ଚଣ୍ଡୀଗଡ: ହରିୟାଣା ସରକାର ଏକ କଡା ପଦକ୍ଷେପ ଗ୍ରହଣ କରିଛନ୍ତି । ଏଠାରେ ଥିବା ସମସ୍ତ ଗାନ୍ଧୀ-ନେହେରୁ ପରିବାର ସହିତ ଜଡିତ ଥିବା ସମସ୍ତ ସମ୍ପତିର ତଦନ୍ତ ସ୍ଥାନୀୟ ସରକାର କରିବ । ରାଜ୍ୟର ମୁଖ୍ୟ ଶାସନ ସଚିବ ସଚିନ କେଶନୀ ଆନନ୍ଦ ଅଧିକାରୀମାନଙ୍କୁ ଏ ନେଇ ନିର୍ଦ୍ଦେଶ ଜାରି କରିଛନ୍ତି । ସେହିପରି ଚାରିଟେବୁଲ ଟ୍ରଷ୍ଟକୁ ଆସୁଥିବା ପାଣ୍ଠିର ମଧ୍ୟ ତଦନ୍ତ ହେବ । ପୂର୍ବରୁ କେନ୍ଦ୍ର ସରକାର ଏ ନେଇ ଏକ ପ୍ୟାନେଲ ଗଠନ କରିଥିଲେ ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦର ସିଂ ହୁଡ୍ଡା କ୍ଷମତାରେ ଥିବା ସମୟରେ ରାଜ୍ୟ ସମ୍ପତି ଦଖଲ କରିଛନ୍ତି କି ନାହିଁ ସେ ନେଇ ମଧ୍ୟ ତଦନ୍ତ କରିବା ନିର୍ଦ୍ଦେଶ ଦିଆଯାଇଛି । ପ୍ରବର୍ତନ ନିର୍ଦ୍ଦେଶାଳୟର ମଧ୍ୟ ସହାୟତା ନିଆଯିବ ବୋଲି ହରିୟାଣା ଗୃହ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମନ୍ତ୍ରୀ ଅନୀଲ ଭିଜ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.