Latest Odisha News

ଅଗଷ୍ଟ ଶେଷ ସୁଦ୍ଧା ଭାରତକୁ ହିଟ୍‌ କରିବ ତୃତୀୟ ଲହର

ନୂଆଦିଲ୍ଲୀ: ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ର ବୈଜ୍ଞାନିକମାନଙ୍କ ଦ୍ବାରା ବିଶ୍ୱର ପ୍ରମୁଖ ମେଡିକାଲ୍ ବିଶେଷଜ୍ଞମାନେ ପୁଣିଥରେ କହିଛନ୍ତି ଯେ କରୋନାର ତୃତୀୟ ତରଙ୍ଗର ଆରମ୍ଭ ହୋଇସାରିଛି।

ବିଶେଷଜ୍ଞଙ୍କ ଅନୁଯାୟୀ ଅବଶ୍ୟମ୍ଭାବୀ କରୋନାର ତୃତୀୟ ତରଙ୍ଗ ଅଗଷ୍ଟ ଶେଷ ସୁଦ୍ଧା ଭାରତକୁ ଆସିପାରେ। ତେବେ ଏହା ଦ୍ୱିତୀୟ ତରଙ୍ଗ ପରି କ୍ଷୀପ୍ର ସଂକ୍ରମଣ ହୋଇନପାରେ ବୋଲି ସେମାନେ କହିଛନ୍ତି।

ଆଇସିଏମଆର ଅଧ୍ୟୟନ ଅନୁଯାୟୀ, ଭାରତରେ ତୃତୀୟ ତରଙ୍ଗ ଏକାଧିକ କାରଣ ଯୋଗୁ ସୃଷ୍ଟି ହୋଇପାରେ। ଏହାର ପ୍ରମୁଖ କାରଣ କରୋନା ନିୟମାବଳୀର ଖୋଲାଖୋଲି ଉଲ୍ଲଘଂନ ମଧ୍ୟ ହୋଇପାରେ। ଏଥିପାଇଁ ବ୍ୟାପକ ସତର୍କତାର ଆବଶ୍ୟକ ରହିଛି।

Comments are closed.