ନୂଆଦିଲ୍ଲୀ: ଭୟ ବଢାଇଲାଣି କରୋନା ତୃତୀୟ ତରଙ୍ଗ। ଦେଶରେ ଅନେକ ସ୍ଥାନରେ କରୋନା ମାମଲା ବୃଦ୍ଧିକୁ ଦେଖି ତୃତୀୟ ତରଙ୍ଗରକୁ ଆଶଙ୍କା ବଢିଯାଇଛି। ଅନେକ ରାଜ୍ୟରେ ଦୈନିକ ସଂକ୍ରମଣ ହାର ଉଚ୍ଚ ରହୁଛି। ସରକାର ଏ ନେଇ ୧୦ଟି ରାଜ୍ୟକୁ କଡା ଚେତାବନୀ ମଧ୍ୟ ଦେଇଛନ୍ତି।
ଏତିକି ବେଳୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ନକଲେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ ସରକାର ସତର୍କ କରାଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତ ଆଉ ୪୧,୮୩୧ ନୂତନ କରୋନା ମାମଲା ବାହାରିଛି। ଦେଶର ସକ୍ରିୟ ଗଣନା ବର୍ତ୍ତମାନ ୪.୧୦ ଲକ୍ଷକୁ ବୃଦ୍ଧି ପାଇଛି ବୋଲି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ସକ୍ରିୟ ମାମଲା ବର୍ତ୍ତମାନ ମୋଟ ମାମଲାର ୧.୩୦ ପ୍ରତିଶତ ରହୁଥିବା ବେଳେ ସାପ୍ତାହିକ ପଜିଟିଭ ହାର ୨.୪୨ ପ୍ରତିଶତ ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୪୧ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ଏହାପୂର୍ବରୁ ଶନିବାର ଦିନ କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଓଡିଶା, ଆସାମ, ମିଜୋରାମ, ମେଘାଳୟ, ଆନ୍ଧ୍ରପ୍ରଦେଶ ଏବଂ ମଣିପୁରରେ ୧୦ ଟି ରାଜ୍ୟରେ କୋଭିଡ୍ ସ୍ଥିତିର ସମୀକ୍ଷା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏକ ଉଚ୍ଚ ସ୍ତରୀୟ ବୈଠକର ଅଧ୍ୟକ୍ଷତା କରିଥିଲେ।
କେରଳରରେ କରୋନା ସ୍ଥିତି ଉଦ୍ବେଗଜନକ ରହିଛି। ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ସରକାର। କରୋନା ମାମଲାର ଅଚାନକ ବୃଦ୍ଧି ତୃତରଙ୍ଗ କାରଣ ହୋଇପାରେ ଆଶଙ୍କା କରାଯାଉଛି।
Comments are closed.