ନୂଆଦିଲ୍ଲୀ: କରୋନା ପାଇଁ ଚିନ୍ତାରେ ସମଗ୍ର ବିଶ୍ୱ । ସବୁ ଦେଶର ଆଖିରୁ ନିଦ ହଜାଇ ଦେଲାନି ଚୀନରୁ ସୃଷ୍ଟ ଏହି ମାରାତ୍ମକ ଭୂତାଣୁ । ଏହାର ମୁକାବିଲା ପାଇଁ ଭାରତ ସରକାର ଜରହ ସମ୍ଭବ ପଦକ୍ଷେପ ଗ୍ରହଣ କରିଥିଲେ ସୁଦ୍ଧା ଏହା ପାଖାପାଖି ୨୯ ଟି ରାଜ୍ୟକୁ ବ୍ୟାପି ସାରିଲାଣି ।
ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦୦ ଟପିଥିବା ବେଳେ ମୃତକଙ୍କ ସଂଖ୍ୟା ୨୭ ରେ ପହଞ୍ଚିଛି । ତେବେ ଭାରତର ସମସ୍ତ ରାଜ୍ୟ ଗୁଡିକ ମଧ୍ୟରୁ କେଉଁ ୫ ଟି ରାଜ୍ୟରେ ରହିଛି ସବୁଠୁ ଅଧିକ ମାମଲା, ଆସନ୍ତୁ ଜାଣିବା…
ମହାରାଷ୍ଟ୍ର: ମହାରାଷ୍ଟ୍ରରେ କରୋନା ପ୍ରଭାବରେ ଏପର୍ଯ୍ୟନ୍ତ ସର୍ବାଧିକ ୨୦୭ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୭ ଜଣଙ୍କ ମୃତ୍ୟୁ ହୋଇଛି ।
କେରଳ: କରୋନା ପ୍ରଭାବରେ କେରଳରେ ବର୍ତ୍ତମାନ ଜଣଙ୍କର ମୃତ୍ୟ ହୋଇଥିବା ବେଳେ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୨ରେ ପହଞ୍ଚିଛି ।
କର୍ଣ୍ଣାଟକ: କରୋନାର କର୍ଣ୍ଣାଟକରେ ଏପର୍ଯ୍ୟନ୍ତ ୩ ଜଣଙ୍କର ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୮୩ ଛୁଇଁଛି ।
ଦିଲ୍ଲୀ: ସେହିପରି ଦିଲ୍ଲୀରେ ମଧ୍ୟ କରୋନା ଭାଇରସ ଉଗ୍ର ରୂପ ନେଉଛି । ବର୍ତ୍ତମାନ ସୁଦ୍ଧା ସେଠାରେ ୭୨ ଜଣ ସଂକ୍ରମିତ ଥିବା ବେଳେ ୨ ଜଣଙ୍କର ମୃତ୍ୟୁ ଘଟିଛି।
ତେଲେଙ୍ଗାନା: ଏହି ମହାମାରୀ ତେଲେଙ୍ଗାନାରେ ୭୦ ଜଣଙ୍କୁ ଆକ୍ରାନ୍ତ କରି ଥିବା ବେଳେ ଏପର୍ଯ୍ୟନ୍ତ ଜଣଙ୍କର ମୁଣ୍ଡ ନେଇଛି ।
Comments are closed.