Latest Odisha News

କରୋନା ଟିକାକରଣକୁ ନେଇ ବଡ଼ ଘୋଷଣା; ଜାନୁଆରୀ ୧୬ ରୁ ଆରମ୍ଭ ହେବ ଦେଶବ୍ୟାପୀ ଟିକାକରଣ ଅଭିଯାନ

ନୂଆଦିଲ୍ଲୀ: କରୋନା ଟୀକାକରଣକୁ ନେଇ ବିଷୟରେ ଦେଶରେ ଏକ ବଡ଼ ଘୋଷଣା କରାଯାଇଛି। ଜାନୁଆରୀ ୧୬ ରୁ ଦେଶବ୍ୟାପୀ ଟୀକାକରଣ ଅଭିଯାନ ଆରମ୍ଭ ହେବ। ଏହି ସମୟ ମଧ୍ୟରେ ସ୍ୱାସ୍ଥ୍ୟ କର୍ମୀ ଏବଂ ଆଗଧାଡିର ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରାଥମିକତା ଦିଆଯିବ। ପ୍ରାରମ୍ଭରେ ପ୍ରାୟ ୩ କୋଟି ଲୋକଙ୍କୁ କରୋନା ଟିକା ଦିଆଯିବ। ଏହା ପରେ ୫୦ ବର୍ଷରୁ ଅଧିକ ଲୋକଙ୍କୁ ଟିକା ଦେବା ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଇଛି।

ପ୍ରଧାନମନ୍ତ୍ରୀ ମୋଦୀ ଆଜି ଏକ ଉଚ୍ଚ ସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି କରୋନା ଟିକାକରଣ ପାଇଁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ପ୍ରସ୍ତୁତି ସହିତ ଦେଶରେ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି। ଏହି ବୈଠକରେ କ୍ୟାବିନେଟ ସଚିବ, ମୁଖ୍ୟ ସଚିବ, ସ୍ୱାସ୍ଥ୍ୟ ସଚିବ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.