Latest Odisha News

BREAKING NEWS

ଗୁଜରାଟର ପ୍ରୂ୍ବତନ ମୁଖ୍ୟମନ୍ତ୍ରୀ ମାଧବ ସିଂ ସୋଲାଙ୍କିଙ୍କ ୯୪ ବର୍ଷ ବୟସରେ ପରଲୋକ

ନୂଆଦିଲ୍ଲୀ: ଗୁଜରାଟର ପ୍ରୂ୍ବତନ ମୁଖ୍ୟମନ୍ତ୍ରୀ ମାଧବ ସିଂ ସୋଲାଙ୍କିଙ୍କ  ୯୪ ବର୍ଷ ବୟସରେ ପରଲୋକ ଘଟିଛି । ମାଧବ ସିଂ ସୋଲାଙ୍କିଙ୍କ ଜନ୍ମ ୩୦ ଜୁଲାଇ ୧୯୨୭ରେ ହୋଇଥିଲା । ତାଙ୍କ ଜନ୍ମ ଏକ କୋଲି ପରିବାରରେ ହୋଇଥିଲା । ସୋଲାଙ୍କିଙ୍କୁ କଂଗ୍ରେସର ଜଣେ ବଡ ନେତା ଭାବରେ ବିବେଚନା କରାଯାଉଥିଲା। ସେ ଭାରତର ବୈଦେଶିକ ମନ୍ତ୍ରୀ ମଧ୍ୟ ଥିଲେ । ୧୯୮୦ ଦଶକରେ ସେ କ୍ଷତ୍ରିୟ, ହରିଜନ, ଆଦିବାସୀ ଏବଂ ମୁସଲମାନଙ୍କୁ ଏକତ୍ର କରି ଏକକ ସଂଖ୍ୟାଗରିଷ୍ଠତା ସହିତ କ୍ଷମତାକୁ ଆସିଥିଲେ ସେ ।

 ୧୯୮୦ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ରାଜ୍ୟରେ ଏକ ଶକ୍ତିଶାଳୀ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା । ୧୯୮୧ ମସିହାରେ, ସୋଲାଙ୍କି ସାମାଜିକ ଏବଂ ଅର୍ଥନୈତିକ ସ୍ତତରେ ପଛୁଆ ଲୋକଙ୍କ ପାଇଁ ସଂରକ୍ଷଣ ପ୍ରବର୍ତ୍ତନ କରିଥିଲେ । ଏହାକୁ ନେଇ ରାଜ୍ୟରେ ଉତ୍ତେଜନା ଦେଖାଦେଇଥିଲା ।  ରାଜ୍ୟରେ ହିଂସା ପରେ ସୋଲାଙ୍କି ୧୯୮୫ ରେ ଇସ୍ତଫା ଦେଇଥିଲେ। କିନ୍ତୁ ପରବର୍ତ୍ତୀ ବିଧାନସଭା ନିର୍ବାଚନରେ ଜିତିଥିଲେ ।

Leave A Reply

Your email address will not be published.