Latest Odisha News

BREAKING NEWS

ଆଜିଠୁ ୪୫ ବର୍ଷରୁ ଅଧିକ ସମସ୍ତଙ୍କୁ ଟିକାକରଣ

ଭୁବନେଶ୍ୱର: ଆଜିଠାରୁ ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ । ୪୫ ବର୍ଷରୁ ଅଧିକ ସମସ୍ତେ ଟିକା ନେଇ ପାରିବେ । ଏଥିପାଇଁ ଆଉ ମେଡିକାଲ୍ ସାର୍ଟିଫିକେଟ ଆବଶ୍ୟକ ନାହିଁ । ପରିଚୟ ପ୍ରମାଣପତ୍ର ଦେଖାଇ ସରକାର ଓ ଘରୋଇ ସେଣ୍ଟରରେ ଟିକା ନେଇପାରିବେ । ହିତାଧିକାରୀ ଅନଲାଇନ୍‌ କିମ୍ବା ଅନ୍‌-ଦି-ସ୍ପଟ୍‌ ପଞ୍ଜିକରଣ କରିପାରିବେ ।

ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ବ୍ୟାପକ ପଦକ୍ଷେପ ନେଇଛନ୍ତି ସରକାର । ଆଜିଠାରୁ ଦୁଇ ଦିନ ଛୁଟି ଥିଲେ ବି ଟିକାକରଣ ଜାରି ରହିବ । ଅଧିକ ସଂକ୍ରମିତ ଚିହ୍ନଟ ଜିଲ୍ଲାକୁ ଦିଆଯିବ ପ୍ରାଥମିକତା । ୪୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ଟିକାକରଣରେ ପ୍ରାଥମିକତା ଭିତ୍ତିରେ ମାଛ ମାଂସ ବିକ୍ରେତା, ସେଲୁନ ବ୍ୟବସାୟୀ, ଷ୍ଟ୍ରିଟ୍‌ ଭେଣ୍ଡର୍‌, ଅଟୋ ଓ ବସ୍‌ ଡ୍ରାଇଭର, ବିଦ୍ୟାଳୟ ଓ କଲେଜ ଶିକ୍ଷକ, ରେଷ୍ଟୁରାଣ୍ଟ କର୍ମଚାରୀ ଓ ସିକ୍ୟୁରିଟି ଗାର୍ଡଙ୍କ ଭଳି ସମ୍ବେଦନଶୀଳ ବର୍ଗର ବ୍ୟକ୍ତିଙ୍କୁ ଗୁରୁତ୍ୱ ଦିଆଯିବ । Image Courtesy: NDTV
ଦୁଇ ସପ୍ତାହ ମଧ୍ୟରେ ଏହି ବର୍ଗର ବ୍ୟକ୍ତିଙ୍କ ଟିକାକରଣ ସାରିବାକୁ ଲକ୍ଷ ରଖାଯାଇଛି । ଦୈନିକ ଟାର୍ଗେଟ ରହିଛି ୨ ଲକ୍ଷ ଟିକାକରଣ । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ଫ୍ରଣ୍ଟ ଲାଇନ୍ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ୬୦ବର୍ଷରୁ ଉର୍ଦ୍ଧ୍ୱ ଓ ୪୫ବର୍ଷରୁ ଅଧିକ ବହୁବିଧ ରୋଗରେ ପୀଡ଼ିତଙ୍କୁ ଦିଆଯାଇଥିଲା କୋଭିଡ୍ ଟିକା ।

Leave A Reply

Your email address will not be published.