Latest Odisha News

BREAKING NEWS

ପଶ୍ଚିମବଙ୍ଗ ଓ ଆସାମରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ମମତାଙ୍କ ଭାଗ୍ୟ ପରୀକ୍ଷା

ପଶ୍ଚିମବଙ୍ଗ: ଆଜି ପଶ୍ଚିମବଙ୍ଗ ଓ ଆସାମରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ । ପଶ୍ଚିମବଙ୍ଗରେ ୩୦ ଓ ଆସାମରେ ୩୯ଟି ବିଧାନସଭା ଆସନରେ ମତଦାନ ଚାଲିଛି । ପଶ୍ଚିମବଙ୍ଗର ୩୦ ବିଧାନସଭା ଆସନ ମଧ୍ୟରେ ବହୁ ଚର୍ଚ୍ଚି ନନ୍ଦିଗ୍ରାମ ପାଇଁ ଆଜି ଭୋଟ୍ ପଡ଼ିବ । ଏଠାରେ ବିଗ୍ ଫାଇଟ୍ ହେଉଛି ।

ହାଇଭୋଲଟେଜ୍ ନନ୍ଦିଗ୍ରାମ ଆସନରୁ ପ୍ରାର୍ଥୀ ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିଜେପିର ଶୁଭେନ୍ଦୁ ଅଧିକାରୀ । ମମତାଙ୍କ ପୁରୁଣା ସହଯୋଗୀ ଶୁଭେନ୍ଦୁ ଅଧିକାରୀ ଟିଏମସି ଛାଡ଼ି ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି । ସେହିପରି ମମତା ନିଜ ପାରମ୍ପରିକ ଆସନ ଭବାନୀପୁରକୁ ଛାଡି ଏଥର ନନ୍ଦିଗ୍ରାମରୁ ନିର୍ବାଚନ ଲଢୁଛନ୍ତି ।

ଦ୍ୱିତୀୟ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ୧୯୧ ପ୍ରାର୍ଥୀ ସେମାନଙ୍କର ଭାଗ୍ୟ ପରୀକ୍ଷା କରାଉଛନ୍ତି । ମତାଧିକାର ସାବ୍ୟସ୍ତ କରିବେ ମୋଟ୍ ୭୫ ଲକ୍ଷ ଭୋଟର । ଏଥିପାଇଁ ୧୦ହଜାର ୬୨୦ଟି ବୁଥ୍ କରାଯାଇଛି । ପଶ୍ଚିମବଙ୍ଗରେ ଟିଏମସି ଓ ବିଜେପି ୩୦ଟି ଯାକ ଆସନରେ ପ୍ରାର୍ଥୀ ଦେଇଛନ୍ତି । ନନ୍ଦିଗ୍ରାମ ସହ ଏହି ପର୍ଯ୍ୟାୟରେ ହଳଦିଆ, ସେବଙ୍ଗ, ତମଲୁକ୍, ଦେବରା ଆସନ ଉପରେ ବି ସମସ୍ତଙ୍କର ନଜର ରହିଛି ।

Leave A Reply

Your email address will not be published.