Latest Odisha News

BREAKING NEWS

୧୮ରୁ ୪୪ ବର୍ଷ ବର୍ଗଙ୍କୁ ଟିକାକରଣ ନେଇ ଚିଠି

ଭୁବନେଶ୍ବର : ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କୁ ଟିକାକରଣ ନେଇ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ସବୁ ସିଡିଏମଓ, ପିଏଚଓ, ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ଏସିଏସ । ଟିକା କମ ଥିବାରୁ ୫ଟି ପୌରାଞ୍ଚଳରେ ହେବ ଟିକାକରଣ । ଭୁବନେଶ୍ବର, କଟକ, ରାଉରକେଲା, ବ୍ରହ୍ମପୁର ଓ ସମ୍ବଲପୁର ପୌରାଞ୍ଚଳରେ ହେବ ଟିକାକରଣ । ଚିଠିରେ ଟିକାକରଣର ସମୟ ସୂଚୀ ମଧ୍ୟ ଉଲ୍ଲେଖ କରାଯାଇଛି । ସରକାରୀ ଟିକା କେନ୍ଦ୍ରରେ ୧୮ରୁ ୪୪ ବର୍ଷୀୟଙ୍କୁ ଟିକା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସକାଳ ୮ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଟିକା ଦିଆଯିବ । ସେହିପରି ଅପରାହ୍ନ ୩ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯିବ ।

ସେହିପରି ସରକାରୀ ପ୍ରାୟୋଜିତ ଘରୋଇ ହସପିଟାଲରେ ବି ଟିକାକରଣ ହୋଇପାରିବ । ଘରୋଇ ହସପିଟାଲରେ ଟିକାକରଣ ନେଇ ଏସଓପି ଜାରି କରିଛନ୍ତି ରାଜ୍ୟ ସରକାର । ୧୮ରୁ ୪୪ ବର୍ଷ ବର୍ଗର ବ୍ୟକ୍ତି ଘରୋଇ ହସପିଟାଲରେ ଟିକା ନେଇପାରିବେ । ରାଜ୍ୟ ସରକାର ଘରୋଇ ହସପିଟାଲକୁ ମାଗଣାରେ ଟିକା ଯୋଗାଇଦେବେ । ଘରୋଇ ହସପିଟାଲ ଏନେଇ ଡୋଜ ପିଛା ୧୦୦ ଟଙ୍କା ଆଦାୟ କରିପାରିବେ ।

Leave A Reply

Your email address will not be published.