Latest Odisha News

BREAKING NEWS

ହାଇଓ୍ବା ଧକ୍କାରେ ଅକ୍ସିଜେନ ବୋଝେଇ ଟ୍ୟାଙ୍କର କ୍ଷତିଗ୍ରସ୍ତ

ଟାଙ୍ଗୀ : ଅକ୍ସିଜେନ୍ ବୋଝେଇ ଟ୍ୟାଙ୍କରକୁ ଧକ୍କା ଦେଲା ହାଇଓ୍ବା । ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ବାଇପାସ ନିକଟରେ ଘଟିଛି ଏଭଳି ଘଟଣା । ଆଜି ସଂଧ୍ୟାରେ ମେଡିକାଲ ଅକ୍ସିଜେନ୍ ନେଇ ଯାଉଥିବା ଏକ ଟ୍ୟାଙ୍କରକୁ ଧକ୍କା ଦେଇଛି ହାଇୱା । ଦୁର୍ଘଟଣାରେ ଅକ୍ସିଜେନ୍ ବୋଝେଇ ଟ୍ରକଟି କ୍ଷତିଗ୍ରସ୍ତ ହୋଇଛି । ତେବେ ଦୁର୍ଘଟଣା ଘଟାଇବା ପରେ ହାଇଓ୍ବା ଫେରାର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ତେବେ ଅକ୍ସିଜେନ୍ ବୋଝେଇ ଟ୍ୟାଙ୍କର ଚାଳକ ସୁରକ୍ଷିତ ଥିବା ଜଣାପଡିଛି । ଅନୁଗୁଳ ଅକ୍ସିଜେନ୍ ନେଇ ଟ୍ୟାଙ୍କରଟି ଆନ୍ଧ୍ରପ୍ରଦେଶ ଯାଉଥିଲା । ପୋଲିସ ସହ ଟାଙ୍ଗୀ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Leave A Reply

Your email address will not be published.