ନୂଆଦିଲ୍ଲୀ: ବ୍ରାଜିଲ ଚାଇନାର କୋଭିଡ -୧୯ ଟିକା ମାନବ ପରୀକ୍ଷାକୁ ବନ୍ଦ କରି ଦେଇଛି। ସୂଚନା ଅନୁଯାୟୀ ଚୀନ୍ର କୋଭିଡ୍-୧୯ ଟିକାର ମାନବ ପରୀକ୍ଷଣରେ ପ୍ରତିକୂଳ ଘଟଣା’ କାରଣରୁ ଟିକା ପରୀକ୍ଷାକୁ ବନ୍ଦ କରିଛି ବ୍ରାଜିଲ୍। ପରୀକ୍ଷଣରେ ଜଡିତ ଜଣେ ସ୍ୱେଚ୍ଛାସେବୀ ଉପରେ ଟିକାର ପ୍ରତିକୂଳ ପ୍ରଭାବ ପଡ଼ିବା ଘଟଣା ଚୀନ୍ ପାଇଁ ଏକ ବଡ଼ ଝଟ୍କାରୁ କମ୍ ନୁହେଁ। ସୋମବାର ନିୟାମକ ସଂସ୍ଥା ଅନଭିସା ଏକ ବିବୃତ୍ତିରେ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ ଅକ୍ଟୋବର ୨୯ରେ ଗୁରୁତର ପ୍ରତିକୂଳ ଘଟଣାର ରିପୋର୍ଟ ଆସିବା ପରେ ସେ ମାନବ ପରୀକ୍ଷଣକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରତିକୂଳ ପ୍ରଭାବ ବିଷୟରେ ବର୍ଣ୍ଣନା ନକରି ସେ କହିଛନ୍ତି ଯେ ଏଭଳି ଘଟଣାରେ ମୃତ୍ୟୁ, ସମ୍ଭାବ୍ୟ ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା, ଗୁରୁତର ଅକ୍ଷମତା, ଡାକ୍ତରଖାନା, ଜନ୍ମ ବ୍ୟାଧି ଅନ୍ତର୍ଭୁକ୍ତ।
Comments are closed.