Latest Odisha News

ଆମିର ଖାନଙ୍କ ନିର୍ଦ୍ଦେଶନାରେ ଅଭିନୟ କରିବେ ଶାହରୁଖ !

ମୁମ୍ବାଇ: ବଲିଉଡର ମିଷ୍ଟର୍ ପରଫେକ୍ସନିଷ୍ଟ ଆମିର ଖାନ । ଶେଷଥର ପାଇଁ ଫିଲ୍ମ ଠଗ୍‌ସ୍ ଅଫ୍ ହିନ୍ଦୁସ୍ତାନରେ ନଜର ଆସିଥିଲେ । ଚଳିତବର୍ଷ ବି ଏହି ଅଭିନେତାଙ୍କ ଫିଲ୍ମ ଲାଲ୍ ସିଂ ଚଢା ଡିସେମ୍ବର ମାସରେ ରିଲିଜ୍ ହୋଇଥାନ୍ତା । ହେଲେ କରୋନା ମହାମାରୀ ପାଇଁ ଏହି ଫିଲ୍ମର ରିଲିଜ୍ ଡେଟ୍ ଆସନ୍ତା ବର୍ଷ ଖ୍ରୀଷ୍ଟମାସ୍‌କୁ ଘୁଂଚିଛି ।

ଏହି ଫିଲ୍ମରେ କରିନା କାପୁର ଓ ମୋନା ସିଂ ମଧ୍ୟ ନଜର ଆସିବେ । ହେଲେ ଏବେ ଶୁଣିବାକୁ ମିଳିଛି ଏହି ଫିଲ୍ମରେ କୁଆଡେ ଆମିରଙ୍କ ସହ କିଙ୍ଗଖାନ ଶାହରୁଖ ବି ଦେଖାଦେବେ । ତେବେ ସପୋର୍ଟିଂ କି ପ୍ରମୁଖ କଳାକାର ଭାବେ ନୁହେଁ ବରଂ କ୍ୟାମିଓ ରୋଲ୍‌ରେ କିଙ୍ଗଖାନଙ୍କୁ ଦେଖିବାକୁ ମିଳିବ ।

ତେବେ ଆଉ ଏକ ଖବର ବି ବଲିଉଡରେ ହଲ୍‌ଚଲ୍ ମଚାଇଛି । ଫିଲ୍ମ ଲାଲ୍ ସିଂ ଚଢାରେ କୁଆଡେ ଆମିରଙ୍କ ନିର୍ଦ୍ଦେଶନାରେ ଶାହରୁଖ ଅଭିନୟ କରିବେ । ତେବେ ନିର୍ଦ୍ଦେଶନା ମାମଲାରେ ଆମିର ନୁଆ ନୁହେଁ । ପୂର୍ବରୁ ତାରେ ଜମିନ୍ ପର୍ ଭଳି ଫିଲ୍ମରେ ବି ସେ ନିର୍ଦ୍ଦେଶନା ଦେଇସାରିଛନ୍ତି ।

Leave A Reply

Your email address will not be published.