Latest Odisha News

BREAKING NEWS

ଏହି ଦିନ ଆସିବ କରୋନା ଟିକା‌, ସୂଚନା ଦେଲେ ପୁନାୱାଲା

ନୂଆଦିଲ୍ଲୀ: ଚାରିଆଡେ ବ୍ୟାପିଛି ମହାମାରୀ କରୋନା । ଏହାର ମୁକାବିଲା ପାଇଁ ପ୍ରାୟ ସବୁ ଦେଶ ଲାଗିପଡିଛନ୍ତି ଟିକା ବାହାର କରିବାରେ । ତେବେ କରୋନା ଟିକା କେବେ ଆସିବ, ତାକୁ ନେଇ ସସ୍‌ପେନ୍ସ ଜାରି ରହିଛି । ଏହାରି ଭିତରେ କରୋନା ଭ୍ୟାକସିନ୍ ପ୍ରସ୍ତୁତକର୍ତ୍ତା କମ୍ପାନୀ ସିରମ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ସିଇଓ ଅଦର ପୁନାୱାଲା ଦେଶବାସୀଙ୍କ ପାଇଁ ବଡ଼ ଖୁସି ଖବର ଆଣିଛନ୍ତି।

ପୁନାୱାଲା କହିଛନ୍ତି, ଜାନୁଆରୀ ସୁଦ୍ଧା ଭାରତରେ କୋଭିସିଲ୍ଡ କରୋନା ଭ୍ୟାକସିନ୍ ଉପଲବ୍ଧ ହୋଇପାରେ। ତା’ ପୁଣି ଅପେକ୍ଷାକୃତ କମ୍ ଦାମରେ ମିଳିପାରିବ ବୋଲି କହିଛନ୍ତି ପୁନାୱାଲା।  ଯଦି ଟିକା ଭୂତାଣୁ ବିରୋଧୀ ଓ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୁଏ ଏବଂ ନିୟନ୍ତ୍ରକ ସଂସ୍ଥା ଅନୁମତି ଦିଏ, ତେବେ ଏହା ୨୦୨୧ ଜାନୁଆରୀ ସୁଦ୍ଧା ଶସ୍ତାରେ ଭାରତରେ ଉପଲବ୍ଧ ହୋଇପାରିବ। ଉଭୟ ଭାରତ ଓ ଇଂଲଣ୍ଡରେ ଏହି ଟିକା ସଫଳତାର ସହ ପରୀକ୍ଷଣ କରାଯାଇଛି। ଏପର୍ଯ୍ୟନ୍ତ ସୁରକ୍ଷାର କୌଣସି ଚିନ୍ତା ନାହିଁ, କିନ୍ତୁ ଭ୍ୟାକସିନର ଦୀର୍ଘକାଳୀନ ପ୍ରଭାବକୁ ପରଖିବା ପାଇଁ ୨-୩ ବର୍ଷ ସମୟ ଲାଗିପାରେ ବୋଲି ପୁନାୱାଲା କହିଛନ୍ତି।

ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ, ବ୍ରିଟିଶ୍ ଓ ସ୍ୱିଡିସ୍ ଫାର୍ମା କମ୍ପାନୀ ଆଷ୍ଟ୍ରାଜେନେକା ସହ ମିଶି କୋଭିସିଲଡ୍ ଉତ୍ପାଦନ ପାଇଁ ଗବେଷଣା ଜାରି ରଖିଛି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିକଶିତ ହେଉଥିବା ଏହି ଟିକା ଦ୍ୱିତୀୟ ଓ ତୃତୀୟ ପଯର୍ୟାୟ ମାନବ ପରୀକ୍ଷଣ ସ୍ତରରେ ରହିଛି।

Comments are closed.