ଭୁବନେଶ୍ୱର: ସେକେଣ୍ଡ ଓ୍ୱେଭ ସାଂଘାତିକ ହେଉଥିବା ବେଳେ ଜୋରଦାର ହୋଇଛି ଟିକାକରଣ ଅଭିଯାନ । ଏବେ ଓଡ଼ିଶାରେ ଦୈନିକ ୨ଲକ୍ଷ ଲୋକଙ୍କୁ ଟିକା ଦିଆଯାଉଛି । ଟିକାକରଣ ତ୍ୱାରାନ୍ୱିତ ହୋଇଥିବା ବେଳେ ରାଜ୍ୟରେ ନିଅଣ୍ଟିଆ ସ୍ଥିତି ସ-ଷ୍ଟି ହୋଇଛି । ଆଜି ଅପରାହ୍ନରେ ୩ ଲକ୍ଷ ୪୯ ହଜାର ଟିକା ପହଞ୍ଚିବ । ଯେତିକି ଆସୁଛି ତାହା ୩ ଦିନ ଯିବ । ଅଧିକ ଟିକା ନଆସିଲେ ଆଗକୁ ଟିକାକରଣ ବାଧାପ୍ରାପ୍ତ ହୋଇପାରେ । ଏହି ସୂଚନା ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

ଅଧିକ ଟିକା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ଆଉ ଥରେ ଚିଠି ଲେଖାଯିବ । ରାଜ୍ୟରେ ବର୍ତ୍ତମାନ ୩ ଲକ୍ଷ ୪୭ ହଜାର କୋଭିସିଲ୍ଡ ଟିକା ମହଜୁଦ ଅଛି । ଗତକାଲି ରାଜ୍ୟରେ ୨ ଲକ୍ଷ ୬୩ ହଜାର ୪୧ ଟିକାକରଣ ହୋଇଛି । ପ୍ରତିଦିନ ୨ ଲକ୍ଷ ଟାର୍ଗେଟ ରହିଥିଲା । ୫ ଦିନରେ ୧୦ ଲକ୍ଷ ଟାର୍ଗେଟ ଥିବା ବେଳେ କାଲିସୁଦ୍ଧା ଟିକାକରଣ ୧୧ ଲକ୍ଷ ପାର କରିଛି । ହିଟୱେଭ ପାଇଁ ସରକାର ଟିକାକରଣର ସମୟ ପରିବର୍ତ୍ତନ କରିଛନ୍ତି ।
BREAKING NEWS
- ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ୪ ବସ୍ ଜବତ…ଥିଲା ନକଲି ନମ୍ବର ପ୍ଲେଟ୍, ଲାଗିଲା ମୋଟା ଫାଇନ
- ଯୁବକଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ;୪ ହଜାର ଟଙ୍କା ନେଇଯାଇଥିବା ସନ୍ଦେହରେ ବନ୍ଧୁକୁ ହତ୍ୟା
- Naxalites Surrender:୫୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ;ମୁଣ୍ଡରେ ରହିଛି ୧କୋଟି୪୧ ଲକ୍ଷ
- Iran tensions: ଇସ୍ରାଏଲ ଯାତ୍ରା ନେଇ ଆଡଭାଇଜରୀ ଜାରି କଲା ଭାରତ
- ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକ ଗିରଫ
- ମିଶନ ଶକ୍ତି ଏବଂ ପର୍ଯ୍ୟଟନ ଓ ଆତିଥେୟତା ଦକ୍ଷତା ପରିଷଦ ମଧ୍ୟରେ ବୁଝାମଣା, ୪୦୦୦ ମହିଳାଙ୍କୁ ମିଳିବ…
- ପାଲକ ପନିରକୁ ନେଇ ବିବାଦ, ଭାରତୀୟ ଛାତ୍ରଙ୍କୁ ମିଳିଲା ୧.୮ କୋଟି…
- Indian coast guard: ଭାରତୀୟ ଜଳସୀମାରେ ଅନୁପ୍ରବେଶ କରୁଥିବା ପାକିସ୍ତାନୀ ଡଙ୍ଗା ଜବତ, ୯ ଗିରଫ
- ଇରାନରେ ବଢୁଛି ହିଂସା; କାଲିଠୁ ଉଦ୍ଧାର ହେବେ ଭାରତୀୟ..
- group clash: ଗୋଷ୍ଠୀ ସଂଘର୍ଷ ପରେ ଆସନ୍ତାକାଲି ସୁନ୍ଦରଗଡ଼ ସହରରେ ସବୁ ସ୍କୁଲ,କଲେଜ ବନ୍ଦ
Comments are closed.