Latest Odisha News

BREAKING NEWS

ଦିଲ୍ଲୀରେ ଲାଗିଲା ନାଇଟ୍ କର୍ଫ୍ୟୁ, ଆଜିଠୁ ଏପ୍ରିଲ ୧୦ ଯାଏ ବଳବତ୍ତର

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ଲାଗିଲା ନାଇଟ୍ କର୍ଫ୍ୟୁ । ସଂକ୍ରମଣ ବଢୁଥିବାରୁ ଦିଲ୍ଲୀରେ ତତ୍କାଳ ରାତ୍ରକାଳୀନ କର୍ଫ୍ୟୁ ଜାରି ହୋଇଛି । ଆଜି ରାତି ୧୦ଟାରୁ ଲାଗୁ ହେବ । ଏପ୍ରିଲ ୩୦ ତାରିଖ ଯାଏ ରାତି ୧୦ଟାରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗିବ । ଜରୁରୀ କାମ ନଥିଲେ ଘରୁ ନବାହାରିବା ପାଇଁ ନିର୍ଦ୍ଦେଶ ରହିଛି ।

ଦିଲ୍ଲୀରେ ଗତ କିଛି ଦିନ ହେବ ସଂକ୍ରମଣ ଉପରମୁହାଁ ହୋଇଛି । ଗତ ୨୪ ଘଣ୍ଟାରେ ଦିଲ୍ଲୀରୁ ୩ହଜାର ୫୪୮ ନୂଆ ଆକ୍ରାନ୍ତ ବାହାରିଛନ୍ତି । ଦୈନିକ ସଂକ୍ରମଣ ବଢୁଥିବାରୁ ଲାଗିଲା କଟକଣା । ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୬ଲକ୍ଷ ୭୯ହଜାର ୯୬୨ । ଏବେ ୧୪ହଜାରରୁ ଅଧିକ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.