Latest Odisha News

BREAKING NEWS

୨୨୫ ଟଙ୍କାରେ କରୋନା ଟିକା !

ନୂଆଦିଲ୍ଲୀ: ଭାରତୀୟଙ୍କୁ ୨୨୫ ଟଙ୍କାରେ କରୋନା ଟିକା ଯୋଗାଇବ ସେରମ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ । ଏନେଇ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ଏହାସହ ବିଶ୍ୱର ଅନ୍ୟ ପଛୁଆ ଦେଶରେ ସସ୍ତା ଦରରେ ଏହି ଟିକା ବିତରଣ କରାଯିବ । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ପ୍ରାୟ ୨୦ କୋଟି ଟିକା ଉତ୍ପାଦନ ହେବ । ଏଥିପାଇଁ କମ୍ପାନୀକୁ ବିଲ୍ ଆଣ୍ଡି ମିଲିଣ୍ଡା ଗେଟ୍ ଫାଉଣ୍ଡେସନ୍ ଆର୍ଥିକ ସହଯୋଗ ଯୋଗାଇଦେବ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଅନ୍ୟ ସରକାର ସଂସ୍ଥା ପକ୍ଷରୁ ମଂଜୁରୀ ମିଳିବା ପରେ ୨୦୨୧ର ପ୍ରଥମ ୬ ମାସ ମଧ୍ୟରେ ଟିକାର ବଂଟନ କରାଯିବ। ଏହି ଟିକାର ଦର ଭାରତୀୟ ମୁଦ୍ରାରେ ୨୫୦ ଟଙ୍କା ପାଖାପାଖି ରହିବ ବୋଲି ସେରମ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.