Latest Odisha News

BREAKING NEWS

କରୋନା ମୁକାବିଲା: ଗ୍ରାମାଞ୍ଚଳ ପାଇଁ କ’ଣ ପଦକ୍ଷେପ ନେଇଛନ୍ତି ସରକାର, ଜାଣନ୍ତୁ

ଭୁବନେଶ୍ୱର: ଦିନକୁ ଦିନ ମାରାତ୍ମକ ହେଉଛି କରୋନା ଭାଇରସ । ଏହାର ବିସ୍ତାର ଉପରେ ଅଙ୍କୁଶ ଲଗାଇବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି ।

ଗ୍ରାମାଞ୍ଚଳ ପାଇଁ କ’ଣ ପଦକ୍ଷେପ ନେଇଛନ୍ତି ସରକାର…

କୌଣସି ପ୍ରକାର ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟର ସମସ୍ତ ୬୭୯୮ଟି ଗ୍ରାମପଞ୍ଚାୟତରେ ସବୁପ୍ରକାର ମୌଳିକ ସୁବିଧା ଥାଇ ୭୨୭୬ଟି ଅସ୍ଥାୟୀ ଚିକିତ୍ସା ଶିବିର ଚିହ୍ନଟ କରାଯାଇଛି ।

ଅସ୍ଥାୟୀ ଚିକିତ୍ସା ଶିବିର ପାଇଁ ଜଣେ ପଦବୀଧାରୀ ଅଧିକାରୀଙ୍କୁ ପ୍ରତି ଗ୍ରାମପଞ୍ଚାୟତ ପାଇଁ ନୋଡାଲ୍‌ ଅଫିସର ଭାବେ ଘୋଷିତ କରାଯାଇଛି ।

ଆବଶ୍ୟକ ସମୟରେ ଖାଦ୍ୟ, ଶଯ୍ୟା, ବେଡ୍‌ସିଟ୍‌ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବା ପାଇଁ ସେବା ପ୍ରଦାନକାରୀ (ସର୍ଭିସ ପ୍ରୋଭାଇଡର)ଙ୍କୁ ଚିହ୍ନଟ କରାଯାଇଛି ।

ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ମୌଳିକ ସୁବିଧା ଯଥା-ପାନୀୟ ଜଳ, ଶୌଚାଳୟ, ବିଦ୍ୟୁତ ସଂଯୋଗ ଏବଂ ସମସ୍ତ ପରିମଳ ବ୍ୟବସ୍ଥା ସହ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଚଳିତ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ଥିବା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଆସନ୍ତା ଅପ୍ରେଲ ୧ରୁ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଟେକ୍‌ ହୋମ୍‌ ରାସନ୍‌ ବାବଦରେ ଛତୁଆ, ଲଡ଼ୁ ଆଦି ଶୁଖିଲା ଖାଦ୍ୟ ୬ ମାସରୁ ୩ ବର୍ଷର ଶିଶୁ, ଗର୍ଭବତୀ ଏବଂ ପ୍ରସୂତୀ ମହିଳାମାନଙ୍କୁ ଅଙ୍ଗନବାଡ଼ି କର୍ମୀ/ସହାୟିକାମାନେ ସେମାନଙ୍କ ଘରେ ପହଞ୍ଚାଇବେ ।

ପ୍ରାକ୍‌ ବିଦ୍ୟାଳୟ ଶିଶୁମାନଙ୍କୁ ସକାଳ ଜଳଖିଆ ଏବଂ ମଧ୍ୟାହ୍ନରେ ରନ୍ଧା ଖାଦ୍ୟ ବାବଦକୁ ଶୁଖିଲା ଖାଦ୍ୟ ସେମାନଙ୍କ ଘରେ ପହଞ୍ଚାଇ ଦିଆଯିବ ।

ପ୍ରତ୍ୟେକ ପରିବାରକୁ ସେମାନଙ୍କ ପ୍ରାପ୍ୟ ବାବଦକୁ ଅଣ୍ଡା ପ୍ରତି ସପ୍ତାହରେ ଘରେ ବଣ୍ଟନ କରାଯିବ ।

Leave A Reply

Your email address will not be published.