Latest Odisha News

BREAKING NEWS

କରୋନା: ଭାଇରସ ସଂକ୍ରମଣର ୪ଟି ପର୍ଯ୍ୟାୟ କ’ଣ ? କେଉଁ ଚରଣରେ ହୁଏ ଅଣାୟତ୍ତ ?

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭୧ରେ ପହଞ୍ଚିଲାଣି ଏବଂ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି । କରୋନା ପାଇଁ ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ଦେଶର ୫୪୮ଟି ଜିଲ୍ଲାକୁ ଲକଡାଉନ କରାଯାଇଛି । କରୋନାଭାଇରସ ଭୟାବହ ଆଡକୁ ଗତି କରୁଛି । ତେବେ ଏହି ମହାମାରୀର ୪ଟି ପର୍ଯ୍ୟାୟ ଅଛି ।

ପ୍ରଥମ ପର୍ଯ୍ୟାୟ: ଏହି ପର୍ଯ୍ୟାୟରେ ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କ ଦ୍ୱାରା ଦେଶକୁ ପ୍ରବେଶ କରେ । ଭାଇରସ ପ୍ରଭାବିତ ଦେଶରୁ ଫେରିଥିବା ବ୍ୟକ୍ତିଙ୍କ ସହ ଆସେ ।

ଦ୍ୱିତୀୟ ପର୍ଯ୍ୟାୟ: ଭାଇରସ ସଂକ୍ରମଣର ଦ୍ୱିତୀୟ ପର୍ଯ୍ୟାୟକୁ ସ୍ଥାନୀୟ ସଂକ୍ରମଣ କୁହାଯାଏ । ଏହା ସ୍ଥାନୀୟ ଅଞ୍ଚଳରେ ବ୍ୟାପିଥାଏ । ଅର୍ଥାତ ବିଦେଶ ଫେରନ୍ତା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସଂକ୍ରମିତ ହୁଏ ।

ତୃତୀୟ ପର୍ଯ୍ୟାୟ: ଏହି ପର୍ଯ୍ୟାୟକୁ ସାମ୍ପ୍ରଦାୟିକ ସଂକ୍ରମଣ କୁହାଯାଏ । ଏହି ପର୍ଯ୍ୟାୟରେ ପହଞ୍ଚିଲେ ସଂକ୍ରମଣ ଅଣାୟତ୍ତ ହୋଇଯାଏ । ମହାମାରୀର ତୃତୀୟ ପର୍ଯ୍ୟାୟରେ ଉତ୍ପତ୍ତି ସ୍ଥଳକୁ ଚିହ୍ନଟ କରାଯାଇପାରେ ନାହିଁ । ଏହି ଭାଇରସ ସମ୍ପ୍ରଦାୟରେ ସଂକ୍ରମଣ ହୁଏ ଏବଂ ଯେକୌଣସି ବ୍ୟକ୍ତିଙ୍କୁ ସଂକ୍ରମିତ ହୋଇପାରିବ ।

ଚତୁର୍ଥ ପର୍ଯ୍ୟାୟ: ଭାଇରସ ସଂକ୍ରମଣର ଚତୁର୍ଥ ପର୍ଯ୍ୟାୟକୁ ମହାମାରୀ କୁହାଯାଏ । ମହାମାରୀକୁ ଯଦି ତୃତୀୟ ପର୍ଯ୍ୟାୟରେ ରୋକା ନଯାଏ, ତାହା ବିନାଶ ଆଡକୁ ଗତି କରେ । ଯେମିତି ପରିସ୍ଥିତି ଚୀନ ଓ ଇଟାଲୀରେ ହୋଇଛି । ଦିନକୁ ଶହ ଶହ ସଂଖ୍ୟାରେ ମୃତ୍ୟୁ ହେଉଛି । ଭାଇରସର ଉତ୍ପତ୍ତିସ୍ଥଳ ଚୀନରେ ଏହା କମିଯାଇଥିବାବେଳେ ବିଶ୍ୱରେ ଅନ୍ୟ ଦେଶରେ ଏହା ଆତଙ୍କ ସୃଷ୍ଟି କରିଛି ।

Leave A Reply

Your email address will not be published.