Latest Odisha News

BREAKING NEWS

ତୃତୀୟ ଲହର ସତର୍କତା: ଗଞ୍ଜାମ ଜିଲ୍ଲାରେ ଆଜିଠୁ ଶିଶୁମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ

ବ୍ରହ୍ମପୁର: କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଶିଶୁଙ୍କ ସ୍ୱାସ୍ଥ୍ୟକୁ ବିଶେଷ ଦୃଷ୍ଟି ଦିଆଯାଉଛି । ଆଜିଠୁ ଗଞ୍ଜାମ ଜିଲ୍ଲାରେ ଶିଶୁମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ । ଡୋର୍ ଟୁ ଡୋର୍ ସର୍ଭେ ଚାଲିବ । ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଘରକୁ ଘର ବୁଲି ଛୋଟ ପିଲାମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରିବେ ।

ତୃତୀୟ ଲହରକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି । ବିଶେଷଜ୍ଞ କମିଟିର ପର୍ମର୍ଶ ଆଧାରରେ ସରକାର ବି ଶିଶୁଙ୍କ ଯତ୍ନ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି । ଗତକାଲି କରୋନା ସ୍ଥିତି ସମୀକ୍ଷା ପରେ ଶିଶୁଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତୃତୀୟ ଲହର ପ୍ରସ୍ତୁତିକୁ ଜୋରଦାର କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

ପିଲାଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ୍ ଚିକିତ୍ସା ସୁବିଧାର ବିକାଶ, ଆବଶ୍ୟକ ଉପକରଣ ଏବଂ ଔଷଧ ମହଜୁଦ ରଖିବା ସହିତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଶିଶୁରୋଗ ସମ୍ପର୍କରେ ତାଲିମ ଦିଆଯିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟରେ ୧୧ଶହ ୧୪ ଡାକ୍ତର ଓ ୧୦୩୬ ସ୍ୱାସ୍ଥ୍ୟକର୍ମୀଙ୍କୁ ଶିଶୁ କୋଭିଡ୍ ରୋଗୀଙ୍କ ତାଲିମ୍ ଆରମ୍ଭ କରାଯିବ । ଚଳିତ ମାସରୁ ଗଞ୍ଜାମ, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ଚତୁର୍ଥ ସେରୋ ସର୍ଭେ ଆରମ୍ଭ କରାଯିବ । ଏଥିରେ ପିଲାମାନଙ୍କୁ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ କହିଛନ୍ତି ।

Leave A Reply

Your email address will not be published.