Latest Odisha News

BREAKING NEWS

ଆଜି ରାଜ୍ୟରୁ ୬୦୧୯ କରୋନା ପଜିଟିଭ୍ ଚିହ୍ନଟ, ୧୧ ଜିଲ୍ଲାରେ ଶହେରୁ କମ୍ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି । କମୁଛି ପଜିଟିଭିଟି ରେଟ୍ । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୬ହଜାର ୧୯ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୩ହଜାର ୩୯୭ ଓ ଲୋକଲ୍ କଣ୍ଟାକ୍ଟ କେସ୍ ରହିଛି ୨ହଜାର ୬୨୨ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୯୬ ପଜିଟିଭ୍ ବାହାରିଛନ୍ତି । କଟକରୁ ୫୩୧ ଓ ଯାଜପୁରରୁ ଚିହ୍ନଟ ହୋଇଛନ୍ତି ୪୦୬ ସଂକ୍ରମିତ ।

ଅନୁଗୋଳରୁ ୩୩୫, ମୟୂରଭଞ୍ଜରୁ ୩୩୩, ପୁରୀରୁ ୩୨୪, ଢେଙ୍କାନାଳରୁ ୨୯୧, ବାଲେଶ୍ୱରରୁ ୨୮୬, ସୁନ୍ଦରଗଡ଼ରୁ ୨୮୩, ଭଦ୍ରକରୁ ୨୬୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାକି ସବୁ ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଅଢ଼େଇ ଶହ ଭିତରେ ରହିଛି । ୧୧ଟି ଜିଲ୍ଲାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଶହେ ଭିତରେ ରହିଛି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୮ଲକ୍ଷ ୩୧ହଜାର ୧୨୯କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୭ଲକ୍ଷ ୫୬ହଜାର ୬୪୧ । ଏବେ ରାଜ୍ୟରେ ୭୧ହଜାର ୩୧୨ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.