ଭୁବନେଶ୍ୱର: କୋଭିଡ-୧୯ ପାଇଁ ଆଣ୍ଟିବଡି ପରୀକ୍ଷା ଖୁବ୍ ଶୀଘ୍ର ଓଡିଶାରେ ଆରମ୍ଭ ହେବାକୁ ଯାଉଛି।
ଗଣମାଧ୍ୟମକୁ ସୂଚନା ଦେଇ ବୁଧବାର ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ (ଆଇଏଲ୍ଏସ୍)ର ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି ଯେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର) ଦ୍ୱାରା ଅନୁମୋଦିତ ଆଣ୍ଟିବଡି କିଟ୍ ଆସନ୍ତା ସପ୍ତାହ ସୁଦ୍ଧା ଓଡିଶାରେ ପହଞ୍ଚିବ।
ରାଜ୍ୟରେ ଚାଲିଥିବା ଡୋର ଟୁ ଡୋର କୋଭିଡ ପରୀକ୍ଷଣରେ ଏହି କିଟ୍ ବ୍ୟବହାର କରାଯିବ। ଏନେଇ ଗୁରୁବାର ଦିନ ଏକ ଚୂଡ଼ାନ୍ତ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ ବୋଲି ସେ କହିଛନ୍ତି।
ଆହୁରି ମଧ୍ୟ ସେ ଦାବି କରି କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୌଣସି ଗୋଷ୍ଠୀ ସଂକ୍ରମଣ ସମ୍ପ୍ରସାରଣ ହୋଇନାହିଁ।
Comments are closed.