Latest Odisha News

ତୀବ୍ର ବେଗରେ ବ୍ୟାପୁଛି ସଂକ୍ରମଣ; ୩୦ କୋଟି ଟପିଲା ପଜିଟିଭ ସଂଖ୍ୟା

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ହୁ ହୁ ହୋଇ ବଢିଚାଲିିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତୀବ୍ର ବେଗରେ ବ୍ୟାପୁଛି ଓମିକ୍ରନ୍‌ ଭୂତାଣୁ। ଗତ ସପ୍ତାହରେ ବିଶ୍ୱରେ ରିପୋର୍ଟ ହୋଇଥିବା କୋଭିଡ୍-୧୯ ମାମଲାଗୁଡ଼ିକର ମୋଟ ସଂଖ୍ୟା ଶୁକ୍ରବାର ଦିନ ୩୦୦ ମିଲିୟନ୍‌ ଅତିକ୍ରମ କରିଛି। ଗତ ସପ୍ତାହରେ ଆହୁରି ଅନେକ ଦେଶରେ ନୂତନ ସଂକ୍ରମଣ ରେକର୍ଡ ସୃଷ୍ଟି ହୋଇଥିଲା।

ସରକାରୀ ତଥ୍ୟ ଅନୁଯାୟୀ ମହାମାରୀ ଆରମ୍ଭ ହେବା ଦିନଠାରୁ ଗତ ସାତ ଦିନ ମଧ୍ୟରେ ୩୪ ଟି ଦେଶରେ ସର୍ବାଧିକ ମାମଲା ରେକର୍ଡ କରାଯାଇଛି। ୟୁରୋପର ୧୮ ଟି ଏବଂ ଆଫ୍ରିକାର ସାତୋଟି ଦେଶ ଏଥିରେ ଅନ୍ତର୍ଭୁକ୍ତ।

ଡେଲ୍‌ଟା ପ୍ରଜାତି ଅପେକ୍ଷା ଓମିକ୍ରନ୍‌ ବହୁ ଅତ୍ୟଧିକ ସଂକ୍ରାମକ ଥିବାବେଳେ, ଏହାର ମୃତ୍ୟୁହାର କମ୍‌ ରହିଛି। ସଂକ୍ରମଣ ହାର ୬୪ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ହାର ତିନି ପ୍ରତିଶତ ହ୍ରାସ ପାଇଛି।

ଆମେରିକା, ବ୍ରିଟେନ, କାନାଡା ଏବଂ ଇସ୍ରାଏଲର ତଥ୍ୟ ଦର୍ଶାଇ ଫ୍ରାନ୍ସର ଜନସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଶୁକ୍ରବାର କହିଛନ୍ତି ଯେ ଓମିକ୍ରନ୍‌ରେ ଡାକ୍ତରଖାନାରେ ଭର୍ତ୍ତି ହେବାର ଆଶଙ୍କା ପ୍ରାୟ ୭୦ ପ୍ରତିଶତ କମ୍ ରହିଛି।

ତଥାପି, ବିଶ୍ୱରେ ଦୈନିକ ୨ ମିଲିୟନ୍‌ ନୂଆ ମାମଲାକୁ ଦୃଷ୍ଟିରେ ରଖି ବିଶେଷଜ୍ଞମାନେ ସତର୍କ ରହିବାକୁ ଚେତାବନୀ ଦେଇଛନ୍ତି।

Comments are closed.