Latest Odisha News

BREAKING NEWS

୨୪ଘଣ୍ଟାରେ ରାଜ୍ୟରେ ୨୭୦ଜଣ କୋଭିଡ଼୍ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ଘଣ୍ଟା ଭିତରେ ୨୭୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ୧୫୯ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୧୧୧ଜଣ ସ୍ଥାନୀୟ ସଂକ୍ରମଣରୁ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୫୭ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୪ଜଣ କୋଭିଡ଼ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଅନୁଗୁଳରେ ୨ଜଣ, ବାଲେଶ୍ୱରରୁ ୪ଜଣ, ଭଦ୍ରକରୁ ଜଣେ, ବଲାଙ୍ଗୀରରୁ ୩ଜଣ, କଟକରୁ ୧୬ଜଣ, ଢ଼େଙ୍କାନାଳରୁ ୨୦ଜଣ, ଗଞ୍ଜାମରୁ ୪ଜଣ, ଜଗତସିଂହପୁରରୁ ଜଣେ, ଯାଜପୁରରୁ ୧୦ଜଣ, ଝାରସୁଗୁଡ଼ାରୁ ୯ଜଣ, କେନ୍ଦ୍ରାପଡ଼ାରୁ ୫ଜଣ, କେନ୍ଦୁଝରରୁ ୨ଜଣ, ମୟୁରଭଞ୍ଜରୁ ୧୦ଜଣ, ନବରଙ୍ଗପୁରରୁ ଜଣେ, ନୟାଗଡ଼ରୁ ୨ଜଣ, ପୁରୀରୁ ୫ଜଣ, ସମ୍ବଲପୁରରୁ ୭ଜଣ, ସୁନ୍ଦରଗଡ଼ରୁ ୧୪ଜଣ, ଷ୍ଟେଟ ପୁଲରୁ ୩୦ଜଣ କୋଭିଡ଼ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦ଲକ୍ଷ ୪୯ହଜାର ୮୬୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ୧୦ଲକ୍ଷ ୩୮ହଜାର ୯୭୧ଜଣ ସୁସ୍ଥ ଅଛନ୍ତି । ୨ହଜାର ୪୨୫ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

Leave A Reply

Your email address will not be published.