Latest Odisha News

BREAKING NEWS

ମମିତା ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି:୯ରେ ବିଧାନସଭା ଘେରାଉ କରିବ ବିଜେପି

ଭୁବନେଶ୍ବର : ବହୁ ଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ମାମଲା । ପୀଡ଼ିତାକୁ ନ୍ୟାୟ ପ୍ରଦାନ, ଅଭିଯୁକ୍ତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ଏବଂ ଘଟଣାର ସିବିଆଇ ତଦନ୍ତ ଦାବିରେ ଆସନ୍ତା ୯ତାରିଖରେ ବିଜେପି ପକ୍ଷରୁ ବିଧାନସଭା ଘେରାଉ ହେବ । ଏନେଇ ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି ।

ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ନିଜ ପଦ ଓ କ୍ଷମତାର ଅପବ୍ୟବହାର କରି ତଦନ୍ତ ପ୍ରକ୍ରିୟାକୁ ବାଟବଣା କରୁଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରନ୍ତୁ ଏବଂ ଘଟଣାର ନିରପେକ୍ଷ ତଦନ୍ତ ସିବିଆଇ ଦ୍ୱାରା କରିବାକୁ ବିଜେପି ତରଫରୁ ବାରମ୍ବାର ଦାବି କରାଯାଉଥିଲେ ବି ରାଜ୍ୟ ସରକାର ଶୁଣୁନାହାନ୍ତି ।

ମମିତାଙ୍କୁ ନ୍ୟାୟ ପ୍ରଦାନ, ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଏବଂ ଘଟଣାର ନିରପେକ୍ଷ ତଦନ୍ତ ସିବିଆଇ ଦ୍ୱାରା କରାଇବା ଦାବିରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରାଜ୍ୟବ୍ୟାପୀ ଥାନା ଘେରାଉ, ଏସ୍‌ପି କାର୍ଯ୍ୟାଳୟ ଘେରାଉ, ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯାଇ ଆନ୍ଦୋଳନ ହୋଇଥିଲା। ତଥାପି ରାଜ୍ୟ ସରକାର ନିରବଦ୍ରଷ୍ଟା ସାଜିଛନ୍ତି ।

ଏହି ଆନ୍ଦୋଳନକୁ ଆହୁରି ଅଧିକ ଶାଣିତ କରିବାକୁ ଏବଂ ତୃଣମୂଳ ସ୍ତରକୁ ପହଞ୍ଚାଇବା ପାଇଁ ଯୁବମୋର୍ଚ୍ଚା ତରଫରୁ ଆସନ୍ତା ୯ ତାରିଖ ଦିନ ବିଧାନସଭା ଘେରାଉ କରାଯିବ ।

Leave A Reply

Your email address will not be published.