Latest Odisha News

ଭୀମସାରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦କୁ ଛୁଇଁଲା

ସମ୍ବଲପୁର:  ବୁର୍ଲା ଭୀମସାରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରେ ୫୯ଜଣ ଛାତ୍ରଛାତ୍ରୀ ହୋଇଥିବାବେଳେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଛନ୍ତି । ପୂର୍ବରୁ ୫୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗତକାଲି ଆଉ ଜଣେ ଛାତ୍ର ପଜିଟିଭ୍ ହୋଇଥିବା ଜଣାପଡ଼ିଥିଲା ।

ଆଉ ୨୧ଜଣ ଛାତ୍ରଛାତ୍ରୀଙ୍କଠାରୁ ସଂଗ୍ରହ ହୋଇଥିବା ନମୂନା ଜିନୋମ ସିକ୍ୟୁଏନସ ପାଇଁ ଆସନ୍ତାକାଲି ଭୁବନେଶ୍ୱର ଆଇଏଲଏସକୁ ପଠାଯିବ । ଜିନୋମ ସିକ୍ୟୁଏନସ ପରେ ଜଣାପଡ଼ିବ ଯେ ଆକ୍ରାନ୍ତଙ୍କଠାରେ କେଉଁ ଭ୍ୟାରିଆଣ୍ଟର ଭୂତାଣୁ ଅଛନ୍ତି । କୋଭିଡ଼ର ଦୁଇଟି ଡ଼ୋଜ୍ ଟିକା ନେବା ସତ୍ତେ୍ୱ କାହିଁକି ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଆକ୍ରାନ୍ତ ହେଲେ ତାହା ଜାଣିବାକୁ ଭୀମସାର ପକ୍ଷରୁ ପଠାଯିବ ବୋଲି ଭୀମସାର କର୍ତ୍ତୃପକ୍ଷ କହିଛନ୍ତି ।

ଭୀମସାର ଛାତ୍ରଛାତ୍ରୀ କରୋନା ପଜିଟିଭ୍ ବାହାରିବା ପରେ ଏହାର କିଛି ହଷ୍ଟେଲକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି । ଏହାସହ ଷ୍ଟାଫ୍ କ୍ୱାର୍ଟରକୁ ବଫର୍ ଜୋନ୍ ବୋଲି ଘୋଷଣା କରାଯାଇଛି ।

Comments are closed.