ମୁମ୍ବାଇ: କରୋନା ଭୂତାଣୁରେ ସାମାନ୍ୟ ଆଶ୍ବସ୍ତି ମିଳିବା ପରେ ଏବେ ତୃତୀୟ ତରଙ୍ଗକୁ ନେଇ ଭୟ ବଢିଥିବା ଦେଖିବାକୁ ମିଳିଛି। ପୁଣି ମହାରାଷ୍ଟ୍ରରେ କରୋନା ପ୍ରତିବନ୍ଧକ ଫେରିପାରେ ବୋଲି ମହାରାଷ୍ଟ୍ର ସରକାର ବିଚାର କରୁଛନ୍ତି। ରାଜ୍ୟରେ ତୃତୀୟ ତରଙ୍ଗର ଆଗମନ ହେବାର ସମ୍ଭାବନାକୁ ନେଇ ସରକାର ଏହି ବିଚାର କରୁଥିବା ଜଣାପଡ଼ିଛି।
ବିଶେଷଜ୍ଞମାନେ କହିଛନ୍ତି ଯେ ଗଣେଶ ପୂଜା ପରି ପର୍ବ ପାଳନ ସମୟରେ ଯଦି ସୁରକ୍ଷା ପ୍ରତି ଦୃଷ୍ଟି ନ ଦିଆଯାଏ ତେବେ ତୃତୀୟ ଲହର ଆସିବାକୁ ବେଶି ଡେରି ଲାଗିବନି। ଏହା କରୋନାର ସଂକ୍ରମଣକୁ ବିସତାର କରିପାରେ ବୋଲି ଜଣାପଡ଼ିଛି।
ତେଣୁ ବର୍ତ୍ତମାନ ମହାରାଷ୍ଟ୍ର ସରକାର ଏହି ଭୂତାଣୁ ବିସ୍ତାରକୁ ରୋକିବା ପାଇଁ ପ୍ରତିବନ୍ଧକ ଲଗାଇବାକୁ ଚିନ୍ତା କରୁଛନ୍ତି। ଏହି ପ୍ରତିବନ୍ଧକଗୁଡିକ ତୁରନ୍ତ କାର୍ଯ୍ୟକାରୀ ହେବ ନାହିଁ, ସେପ୍ଟେମ୍ବର ୧୦ ରୁ ଆରମ୍ଭ ହେଉଥିବା ଗଣେଶ ଉତସବ ପରେ ରାତ୍ରି କର୍ଫ୍ୟୁ ଏବଂ ଅନ୍ୟାନ୍ୟ ପ୍ରତିବନ୍ଧକ ଲାଗୁ କରାଯାଇପାରେ।
ସେପ୍ଟେମ୍ବର ୧୫ ରୁ ଅକ୍ଟୋବର ପ୍ରଥମ ସପ୍ତାହ ମଧ୍ୟରେ କରୋନା ମାମଲାରେ ବୃଦ୍ଧି ଘଟିବ ବୋଲି ରାଜ୍ୟ ସରକାର ଆଶା କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅନୁଯାୟୀ ଏହା ତୃତୀୟ ତରଙ୍ଗର ଆରମ୍ଭ ହୋଇପାରେ।
Comments are closed.