Latest Odisha News

BREAKING NEWS

କରୋନା ନୁହେଁ କ୍ୟାନସରରେ ମୃତ୍ୟୁବରଣ କରିଛନ୍ତି ୪୪ ନମ୍ବର ଆକ୍ରାନ୍ତ : ବାଗ୍‌ଚୀ

ଭୁବନେଶ୍ୱର : ରାଜ୍ୟର ୪୪ ନମ୍ବର କରୋନା ପଜିଟିଭ ଆକ୍ରାନ୍ତଙ୍କର କରୋନା ନୁହେଁ କ୍ୟାନସରରେ ମୃତ୍ୟୁ ହୋଇଛି । ତେଣୁ ମୃତ୍ୟୁ ସଂଖ୍ୟା ୧ରେ ସୀମିତ ଥିବା କହିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି । ପୂର୍ବରୁ ତାଙ୍କର ସ୍ୱାବ ନମୁନା ରିପୋର୍ଟ ନେଗେଟିଭ ଆସିବା ପରେ ଡାକ୍ତର ସେ କରୋନା ଭୂତାଣୁ ସଂକ୍ରମଣରୁ ସୁସ୍ଥ ହୋଇଥିବା କହିଥିଲେ ।

ସେ ପୂର୍ବରୁ ଅସୁସ୍ଥ ଥିଲେ । ପରେ କରୋନା ସଂକ୍ରମଣରୁ ମୁକ୍ତ ହୋଇଥିବାରୁ ତାଙ୍କ ମୃତ୍ୟୁ କରୋନାଜନିତ ନୁହେଁ ବୋଲି ଧରାଯାଉଛି ବୋଲି ବାଗଚୀ କହିଛନ୍ତି ।

ସୂଚନା ଓ ଲୋକସମ୍ପର୍କ ସୂଚନା ଅନୁଯାୟୀ, ମୃତକ ଜଣଙ୍କ ମେଦିନାପୁରର ଓ ତାଙ୍କ ବୟସ ୭୦ ବର୍ଷ । କରୋନା ସଂକ୍ରମଣରୁ ସୁସ୍ଥ ହେବା ପରେ ତାଙ୍କର ଦୁଇଥର ସ୍ୱାବ ନମୁନା ପୁରୀକ୍ଷା ହୋଇଥିଲେ ହେଁ ତାହା ନେଗେଟିଭ ବାହାରିଥିଲା । କିନ୍ତୁ ପୂର୍ବରୁ ତାଙ୍କ ଅନ୍ୟ କେତେକ ରୋଗ ଥିବାରୁ ତାଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇ ନ ଥିଲା ।

ଏପ୍ରିଲ ୮ ତାରିଖରେ ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୯ ତାରିଖରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ତାଙ୍କୁ ମେଦିନାପୁରରୁ ଭୁବନେଶ୍ୱର ଆମ୍ବୁଲାନ୍ସ ଯୋଗେ ଅଣାଯାଇଥିଲା ।

Leave A Reply

Your email address will not be published.