Latest Odisha News

BREAKING NEWS

ଲକଡାଉନରେ ଭାରତ: ଛତିଶଗଡ଼ରେ ଫସି ରହିଛନ୍ତି ଓଡ଼ିଆ ଶ୍ରମିକ

ପଦ୍ମପୁର:ସଂପ୍ରତି ମହାମାରୀ କରୋନା ଯୋଗୁଁ ଲକଡାଉନ୍ ସାରା ଦେଶରେ ଚାଲିଛି । ଦେଶର ପ୍ରତ୍ୟେକ ରାଜ୍ୟରେ ଓଡ଼ିଆ ଲୋକ ଫସି ରହିଛନ୍ତି । ଓଡିଶା ସରକାର ସେମାନଙ୍କୁ ବାହାର ରାଜ୍ୟରେ କମିଶନର ରଖି ତାଙ୍କର ଖାଦ୍ୟ ପେୟ ର ବନ୍ଦୋବସ୍ତ କରିଛନ୍ତି । କିନ୍ତୁ ତାହା ସଂପ୍ରତି ଫେଲ ମାରିଛି ଛତିଶଗଡ ର ବିଲାସପୁର ଜିଲ୍ଲାରେ ।

ଇକଡାଉନ ପୂର୍ବରୁ ବଲାଙ୍ଗୀର ଜିଲ୍ଲାର ବଣ୍ତୋମୁଣ୍ତା ଓ ସିନ୍ଧେକେଲା ଥାନା ଅଞ୍ଚଳର ସାବୁନ ବାଡ଼ି, ଚାଉଲିଆ,ବକାଗୁରା ଗ୍ରାମର ୧୨ ଜଣ ବ୍ୟକ୍ତି ଦିନ ମଜୁରି ପାଇଁ ଯାଇ ଥିଲେ । ଛତିଶଗଡ ସରକାର ତାଙ୍କୁ ରନ୍ଧା ଖାଦ୍ୟ କିମ୍ବା ଡାଲି ଚାଉଳ ଯୋଗାଇ ଦେବା ପାଇଁ ସେମାନେ ଛତିଶଗଡ ର ବିଲାସପୁର ଜିଲ୍ଲା ର ପିଫିରାକାଲି ମନ୍ଦିର ଜନ ସାଧାରଣଙ୍କୁ ଅନୁରୋଧ କରିଥିଲେ ।

କିନ୍ତୁ କେହି ତାଙ୍କ କଥା ଶୁଣିନ ଥିଲେ । ହାତରେ ଯାହା ଶ୍ରମ କରି ବଳକା ପଇସା ଥିଲା ସେଥିରେ ବହୁ କଷ୍ଟରେ ଭୋକ ଉପାସରେ ଚଲିଲେ । ସମୟ ସୁବିଧା ଦେଖି ସେମାନେ ପରିଶେଷରେ ସାଇକେଲ ଯୋଗେ ଗତ ରବିବାର ସକାଳୁ ସେଠାରୁ ବାହାରି ଆଜି ଓଡିଶା ସୀମାନ୍ତ ଲଖମରା ଗ୍ରାମକୁ ପହଞ୍ଚି ଥିଲେ ନିଜ ଗ୍ରାମକୁ ପହଞ୍ଚିବେ ବୋଲି ଲକ୍ଷ୍ୟ ରଖିଛନ୍ତି ।

Leave A Reply

Your email address will not be published.