Latest Odisha News

BREAKING NEWS

ଆସିଲା ଡିସେମ୍ବର ଗାଇଡଲାଇନ୍, ଜିରୋ ନାଇଟ୍ ସେଲିବ୍ରେସନ ମନା

ଭୁବନେଶ୍ବର : କରୋନା ଭୂତାଣୁକୁ ନେଇ ଭୟ ଥମି ନଥିବା ବେଳେ, ଏବେ ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କିତ ହେଲେଣି ଲୋକେ । ଏଭଳି ସ୍ଥିତିରେ ରାଜ୍ୟରେ ଲାଗୁ ହୋଇଛି ଡିସେମ୍ବର ମାସର କୋଭିଡ ଗାଇଡଲାଇନ୍ । ନୂଆ ଗାଇଡଲାଇନ ଅନୁସାରେ ଜିରୋ ନାଇଟ୍ ସେଲିବ୍ରେସନକୁ ମନା କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା । ଡିସେମ୍ବର ୧ ତାରିଖରୁ ଜାନୁଆରୀ ୧ ଯାଏଁ ଏହି ଗାଇଡଲାଇନ୍ ବଳବତ୍ତର ରହିବ ।

ନୂଆ ଗାଇଡଲାଇନ୍ ଅନୁସାରେ ସହରାଞ୍ଚଳରେ ରାତି ୧୦ଟାରୁ ଭୋର ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ସକାଳ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ଦୋକାନ ଖୋଲିବା ସମୟରେ କୋଭିଡ ଗାଇଡ ଲାଇନ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଓମିକ୍ରନ୍ ଭାଇରସ ଆସୁଥିବାରୁ ନୂଆ ବର୍ଷରେ ଜିରୋ ନାଇଟ୍ ସେଲିବ୍ରେସନକୁ ବାରଣ କରାଯାଇଛି । ସେହିପରି ନୂଆବର୍ଷରେ ସର୍ବସାଧାରଣ ସ୍ଥାନରେ ପିକନିକ୍ ଓ ଭୋଜିଭାତକୁ ମଧ୍ୟ ମନା କରାଯାଇଛି । ଏହାସହ ବାଣ ଫୁଟାଇବାକୁ ମଧ୍ୟ ମନା କରାଯାଇଛି ।

ସାମାଜିକ, ଧାର୍ମିକ ଓ ରାଜନୈତିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ । ବାଣିଜ୍ୟ ମେଳା, ପ୍ରଦର୍ଶନୀ ମଧ୍ୟ ବନ୍ଦ ରହିବ । ତେବେ ଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥାନୀୟ ପ୍ରଶାସନ ଅନୁମତି କ୍ରମେ ସର୍ବାଧିକ ୨ ହଜାର ଲୋକଙ୍କୁ ନେଇ ହୋଇପାରିବ । କୋଭିଡ୍ କଟକଣା ମଧ୍ୟରେ ୫୦ ପ୍ରତିଶତ ସିଟ୍ କ୍ଷମତାରେ ସିନେମା ହଲ୍ ଚାଲିବ । ବାହାଘର, ବ୍ରତଘର ଓ ଶୁଦ୍ଧିକ୍ରିୟାରେ ସର୍ବାଧିକ ୨୫୦ ଜଣ ସାମିଲ୍ ହୋଇପାରିବେ ।

Leave A Reply

Your email address will not be published.