Latest Odisha News

BREAKING NEWS

୭ମ ଥର ପାଇଁ ବ୍ୟାଲନ ଡିଓର ପୁରସ୍କାର ଜିତିଲେ ମେସି

ନୂଆଦିଲ୍ଲୀ: ଆର୍ଜେଂଟିନାର ଷ୍ଟାର ଫୁଟବଲ ଖେଳାଳି ଲିଓନେଲ ମେସୀ କ୍ୟାରିୟରରେ ୭ମ ଥର ପାଇଁ ସମ୍ମାନଜନକ ବ୍ୟାଲନ ଡିଓର ପୁରସ୍କାର ଜିତିଛନ୍ତି । ଏହା ପୂର୍ବରୁ ସେ ୨୦୦୯, ୨୦୧୦, ୨୦୧୧, ୨୦୧୨, ୨୦୧୫ ଓ ୨୦୧୯ରେ ଏହି ପୁରସ୍କାର ଜିତି ସାରିଛନ୍ତି । ଗତ ସିଜନରେ ମେସି ବାର୍ସିଲୋନା ପାଇଁ ୪୮ ମ୍ୟାଚରେ ୩୮ ଗୋଲ ସ୍କୋର କରିଥିଲେ । ପର୍ତୁଗାଲର କ୍ରିଷ୍ଟିଆନ ରୋନାଲ୍ଡୋ ପ୍ରଥମ ୩ଜଣଙ୍କ ମଧ୍ୟରେ ସ୍ଥାନ ପାଇ ନାହାନ୍ତି ।

ମେସିଙ୍କ ପାଇଁ ଚଳିତ ବର୍ଷ ଭଲ ସାବ୍ୟସ୍ତ ହେଉଛି । ତାଙ୍କ ନେତୃତ୍ୱରେ ଆର୍ଜେଂଟିନା କୋପା ଆମେରିକା କପ ଜିତିବାରେ ସଫଳ ହୋଇଛି । ଏହା ମେସିଙ୍କ ପ୍ରଥମ ଆନ୍ତର୍ଜାତୀୟ ଟାଇଟଲ । ତେବେ ବାର୍ସିଲୋନା ପକ୍ଷରୁ ସେ ୨୧ ବର୍ଷ ଖେଳି ୩୫ ଟ୍ରଫି ଜିତିଛନ୍ତି । ଚଳିତ ବର୍ଷ ସେ ପିଏସଜି ସହ ଚୁକ୍ତିବଦ୍ଧ ହୋଇଛନ୍ତି । ଏଥିପାଇଁ ପ୍ରତିବର୍ଷ ସେ ୨୫୮ କୋଟି ଟଙ୍କା ପାଉଛନ୍ତି ।

Leave A Reply

Your email address will not be published.